ବୟସ ର ଅପରାହ୍ନେ
ବୟସ ର ଅପରାହ୍ନେ
ବୟସର ଅପରାହ୍ନେ
ଆସ ସାଥୀ ଆମେ ଲେଖିଯିବା କିଛି
ପ୍ରୀତିର ନୂଆ ଗଜଲ
ନଥିବ ସେଥିରେ କାମନା ବାସନା
ହୃଦୟର ଆବିଳତା
ଥିବ ଖାଲି ଶାସ୍ଵତ ପ୍ରେମର ସନ୍ଧାନ ।
ତୁମେ ହୋଇଯିବ ଗୋପର କହ୍ନେଇ
ମୁଁ ହେବି ରାଧିକା ରାଣୀ
ପ୍ରୀତିର ଫଲ୍ଗୁରେ ଲେଖିଯିବା ଆମେ
ପ୍ରେମର ନୂଆ କାହାଣୀ ।
ତୁମ ତୁଣ୍ଡେ ଥିବ ହରି ହରି ନାମ
ମୁଁ ଗୁନ୍ଥୁ ଥିବି ମାଳା
ମାଳା ଗୁନ୍ଥା ଯେବେ ସରିଯିବ ମୋର
ଗାଇବା କୃୃଷ୍ଣଙ୍କ ଲୀଳା ।
ମଥୁରାରୁ ଗୋପ ଯେତେ ଲୀଳା ତାଙ୍କ
ପଢିବା ଯେ ସାଥୀ ହୋଇ
ସରିଗଲେ ଗାଥା
କୂଟୀର ବାହାରେ ବୟସର ଅପରାହ୍ନେ
ବଖାଣିବା ଆମ କଥା ।
ଭୁଲିବାନି ଆମ ଯୁବା ବେଳ କଥା
ଭୁଲିବାନି ଆମ ଅଭୁଲା ପ୍ରେମର ଗାଥା
ଖାଲି ଭୁଲିଯିବା ସମ୍ଭୋଗ ଲାଳସା
ପ୍ରଭୁପାଦେ ଦେଇ ମଥା ।
ଦୁଃଖୀ ଜନଙ୍କର ଦୁଃଖରେ କାଟିବା
ଆମ ବାକି ଜୀବନଟା
ତାଙ୍କରି ଦୁଃଖରେ ସମଭାଗୀ ହୋଇ
ଭୁଲିବା ଜୀବନ ବ୍ୟଥା ।