Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

3  

Abhakanta

Romance

ଲାଗୁଛି ଯେମିତି ଏସନ ଫଗୁଣ

ଲାଗୁଛି ଯେମିତି ଏସନ ଫଗୁଣ

1 min
13.5K


ଲାଗୁଛି ଯେମିତି ଏସନ ଫଗୁଣ

 

ଆଭାକାନ୍ତ ମହାନ୍ତି

 

ଲାଗୁଛି ଯେମିତି           ଏସନ ଫଗୁଣ

       ଚଗଲା ହୋଇଛି ବେଶି,

ଯେବେଠୁଁ ଜାଣିଲା        ତୁମେ ସାଜିଅଛ

       ମୋ ହୃଦ-ଶରଦ-ଶଶି । ୦ ।

 

ମାଘ ବାଘ ଶୀତ କେମିତି କେଜାଣି

       କରିନାହିଁ ହଇରାଣ,

କରିଛି ମହୁଆ ଘେରାବନ୍ଦୀ ବୋଲି

       ଏଇ ମୋର ଚିତ୍ତବନ,

ହେଲେ ଏ ଫଗୁଣ ମିଠା ଦିଏ ବୋଳି

       ମୋ ସବୁ ସପନେ ଆସି । ୧ ।

 

ଜିଦିରେ କାହିଁକି ତୁମ ଗାଁ ପବନ

       ବୁଲେ ଆମ ଗାଆଁ ଆଡ଼େ,

ତୁମରି ମହକ ଲୁଚେଇ ବାଣ୍ଟୁଛି

       ଆମ ଗାଆଁ ଫୁଲକଢ଼େ,

ଖତେଇ ହେଉଛି ତୁମ ଗାଁ କୋଇଲି

       ଆମ ଗାଁ ଗଛରେ ବସି । ୨ ।

 

ତୋଟା ବୁଲୁବୁଲୁ ହଠାତ୍ ଆମରି

       ଚରଚା ଶୁଣିଲି ମୁହିଁ,

ଆମ ଗାଆଁ ଶୁଆ, ତୁମ ଗାଆଁ ଶାରୀ

       ହେଉଥିଲେ କୁହାକୁହି,

କଥାଟି ଜାଣିଲି ଆମେ ଦୁହେଁ କାଳେ

       ପ୍ରେମରେ ଯାଇଛେ ଫସି । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance