Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

2  

Panchanan Jena

Romance

ତୁମେ ଆସିବ

ତୁମେ ଆସିବ

1 min
160


ଏହି କବିତାଟି ପ୍ରଶାନ୍ତି ଏକ୍ସପ୍ରେସ ଯାତ୍ରା କାଳରେ ଏମିତି କିଛି କଥା ଭାବୁ ଭାବୁ ଲେଖି ହୋଇଗଲା ।


ତୁମେ ତୋ ଆସିବ ବୋଲି

ମନରେ ମୂର୍ଚ୍ଛନା ତୋଳେ ହୋଲି

ତରାଫୁଲରେ ହସେ ଆକାଶର ଅଗଣା

ମୃଦୁ ମନ୍ଦ ମଳୟ ବିଞ୍ଚୁଥାଏ ପ୍ରୀତିର ବିଞ୍ଚଣା

ମୁରୁକି ହସନ୍ତି ଜାତିଜାତିକା ଫୁଲ

ଅପେକ୍ଷାର ସଞ୍ଜ ବେଳ

ହୋଇଯାଏ ମହ ମହ ବାସ୍ନାମୟ ସ୍ଵପ୍ନିଳ ଫେନିଳ ॥୧ ॥

ତମେ ତୋ ଆସିବା ବୋଲି

ଶନିବାର ଆସି ହେଲାଣି କାଲି

ବାରମ୍ବାର ସଜଉଛି ନିଜକୁ ହୋଇ ଆନମନା

ମୁରୁକି ହସରେ କରୁଛି ଦର୍ପଣର ଆମନା ସାମନା

ସଜେଇ ରଖିଛି ବାସର ରାତିର ଶେଯ ସରସ

ମନେ ମନେ ଭାବୁଅଛି

ପ୍ରଥମ ମିଳନର ଆଉଥରେ ପୂର୍ଣ୍ଣ ପ୍ରୟାସ ॥୨ ॥

ତମେ ତୋ ଆସିବ ବୋଲି

ପ୍ରଶ୍ନବାଣ ଆସୁଛି ଠେଲି ପେଲି

କାମର ବାହାନାରେ ଦେଖୁଛି କାନ୍ଥଘଣ୍ଟାକୁ ବାରମ୍ବାର

ପରଦା ଚିରି ଅଗଣା ଡେଇଁ ନୟନ ଖୋଜେ ମୋର

ନଣନ୍ଦର ଟାହିଟାପରା

ପଡୋଶୀ ଭାଉଜର ପରିହାସର ପସରା

ମିଠାଳିଆ ଲାଜରେ ମୁଁ

ଭିଜୁଥାଏ ସପ୍ତାହେ ସାରା ॥୩ ॥

ତୁମେ ଆସିଗଲେ କାହିଁକି କେଜାଣି

ମୁଁ ବୁଡିଯାଏ ଲାଜ ସରମରେ

ଆଖି ନଇଁ ଯାଏ ଧୀରେ ଧୀରେ

ସାହସ କୁଳେନା ସାମ୍ନା ହେବାକୁ

ଡର ଲାଗେ ତୁମ ଜଙ୍ଗଲି ଦୁଷ୍ଟାମିକୁ

ମାତ୍ର ! ମୁଁ ଜାଣେ

ତୁମେ ଆସିବ ସପ୍ତାହନ୍ତେ ବୋଲି

ତୁମକୁ ଅପେକ୍ଷା କରିବା

ତୁମ ଆସିବା ବାଟକୁ ଚାହିଁ ରହିବା

ବିରହିଣୀ ଚକୋରୀର ଉତ୍କଣ୍ଠା ନେଇ

କେତେ ସୁଖ କେତେ cମିଳଇ

ମୁଁ ହିଁ ଜାଣେ

ମୁଁ ହିଁ କେବଳ ଜାଣେ ॥୪ ॥


Rate this content
Log in

Similar oriya poem from Romance