Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Romance

2  

Kamal Kumar Dash

Romance

ପ୍ରେମିକା

ପ୍ରେମିକା

1 min
270



ସତର ପ୍ରେମିକା   ଗୀତର ନାୟିକା 

  ଦେଖା ହୋଇଗଲେ ଦିନେ 

କଣ ବା କାହିଁକି    ବୁଝାଇବି ତାଙ୍କୁ 

   ଭାବୁଥିଲି ମନେ ମନେ (1)

ସତ ପଚରିଲେ   ମୁଁତ ତୁମ ପାଶେ 

  ତା ' ପାଇଁ କାହିଁକି ଲେଖ ?

ଧୀରେ ମୁଁ କହିଲି  କବିତାକୁ ଥରେ 

   ଅନ୍ତର ରେ ପଢି ଦେଖ (2)

ଟିକିଏ ହସିଲା    ହସିକି କହିଲା 

   ଜମା ବିଶ୍ୱାସ ହେଉନି 

ସବୁବେଳେ ଭାବେ  ମୋ ପାଇଁ ଲେଖୁନ 

   ଲେଖୁଛ ଆଉ କା ପାଇଁ (3)

କବିତା ମୋହର    କଳ୍ପନା ମନର 

    କିଛି ସତ କିଛି ସୃତି 

ତୁମ ସାଥେ ବିତI ଗଲା ଦିନ କଥା 

   ସପନ ରେ ଭିଜା ରାତି (4)

କବିତା ତୁମର   ପ୍ରଥମ ପ୍ରେମିକା 

     କେମିତି ଭୁଲିବି କୁହ 

ସବୁବେଳେ ତୁମେ   ତାର କଥା ଭାବି 

   ମୋଠାରୁ ଦୂରରେ ଥାଅ (5)

ହସିକି କହିଲି    ଜୀବନରେ ମୋର 

    ପ୍ରଥମେ ସେ ଆସି ଥିଲା 

 ସେହି ଦିନ ଠାରୁ  ଲୁହ ପୋଛି ମୋର 

    ସାଥି ହୋଇ ରହିଗଲା (6)

ଭୁଲିନି ତାକୁ ମୁଁ       ଭୁଲି ପାରିବିନି 

     ଏଇ ଜୀବନରେ ମୋର 

ତୁମ ବାଟେ ତୁମେ   ତାର ବାଟେ ସିଏ 

     ତୁଳନା ନାହିଁ କାହାର (7)  


    



Rate this content
Log in

Similar oriya poem from Romance