Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ମି ଠୁ

ମି ଠୁ

1 min
121



ସେତେବେଳେ ତମ

କାମ ଥିଲା ବୋଲି

ମୋ ପାଖେ ହାଜର ହେଲ ,

ତେରଛା ନଜରେ

ବାଙ୍କ ଚାହାଁଣି ରେ

ମନ ମୋର ମୋହିନେଲ ।

କଥା ବାହାନାରେ

କଥାକୁ କବିତା

କାନେ କାନେ ଶୁଣାଇଲ,

ପ୍ରେମ ଗଦଗଦ୍

ଆଖି ଈଶାରାରେ

ପ୍ରେମ ଜାଲେ ଫସାଇଲ ।

ମୁଁ କି' ଜାଣିଥିଲି

ତମ ହୃଦୟ ଟା

ଏମିତି ଗହନ ବନ,

ଉପରକୁ ସବୁ

ଡଉଲ ଡାଉଲ

ଭିତରେ ଛଳନା ପଣ ।

ତମ ମାୟା ସତେ

ତମକୁ ଗୋଚର

ହେଲି ତମ କ୍ରୀଡନକ,

ବିନା ସଂକୋଚ ରେ

ଦେହ ଦାନ କରି

ପୁରାଇଲ ମନୋରଥ ।

ଆଜି ମୁଁ ଭାବୁଚି

ମୋତେ ସିଡି କରି

ଉଠିବାକୁ ଇଚ୍ଛା ଥିଲା,

ଏବେ ସିଡି ଟିକୁ

ତଳେ ଠେଲିଦେଇ

ମାରିଦେଲ ଗୋଟେ କିଳା ।

ସେଇ କିଳା ମୋର

କଳାର କଳଙ୍କ

ଜୀବନର କଟା ଘାଆ,

ଘାଇଲା କରିଛ

ସଂସାର ଘାଟରେ

ଟଳମଳ ମୋର ନାଆ ।

ନାଆଁ ଲିଭେଇଲ

ଅଲିଭା ରହିଲା

ତମ ଦିଆ କଟା ଦାଗ,

କେଉଁଠି ଥିଲାଏ

" ମି ଠୁ " ଅସୁରୁଣୀ

ସର୍ବଗିଳା ତା'ର ରାଗ ।

ଏତେ ଏତେ ବର୍ଷ

ବିତିଯିବା ପରେ

କେଉଁଠି ଥିଲା କି' ଚିହ୍ନ ?

ନାଆଁ ନେବା ପାଇଁ

ଚର୍ଚ୍ଚାରେ ରହିବା

ଅସଲ ଉଦ୍ଦେଶ୍ୟ ତମ ।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ ।

ନେମ୍ବରା, କେନ୍ଦ୍ରାପଡା


Rate this content
Log in