Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

ଏମିତି ଚାଲୁ ଚାଲୁ

ଏମିତି ଚାଲୁ ଚାଲୁ

1 min
7.0K


 ଝୁଣ୍ଟିବାକୁ ପଡେ

ଏମିତି ଚାଲୁ ଚାଲୁ...

ଜୀବନ ର ଅଙ୍କା ବଙ୍କା ରାସ୍ତାରେ l

ଯେତେ ଟିପେଇ ଟିପେଇ ଚାଲିଲେ ବି

ଆବୁଡା ଖାବୁଡା ରାସ୍ତାରେ

ଟେକା ପଥର ଆସି ପାଦରେ ବାଜନ୍ତି

ବିଷ ଅମୃତ ଖେଳ ପରି

ଛୁଇଁ ଦେଲି ଛୁଇଁ ଦେଲି କହି

ଦାନ୍ତ ନିକୁଟି ହସୁଥାନ୍ତି ।

କେତେ ବା କିଏ

ଆଖି ଖୋଲାରଖି

ପାହୁଣ୍ଡ ପକାଉଥିବ...ଜଗି ଜଗି?

ଗୋଟିଏ ଜାଗାରେ ବସିରହିଲେ

ତ ପଥର ପାଲଟିଯିବ

ଆଉ, ପାଦରୁ ଧ୍ୟାନ ହଟିଲେ

ନିଶ୍ଚୟ ଝୁଣ୍ଟିବ।

ସନ୍ନ୍ୟାସୀ ସଦାବ୍ରତ ଭଙ୍ଗ ହେଲେ

ସଂସାରର କି ବା ଯାଏ !

ହାତେ ମାପି ଚାଖଣ୍ଡେ ଚାଲିଲେ ବି

ସେମାନେ ବାଟ ଅଡ଼ୁଆ କରି

ବାଟରେ ଉଭା ହୁଅନ୍ତି।

ଅହେତୁକ ଆଶଙ୍କାରେ

ଦୋ ଛକିରେ

ଦ୍ବନ୍ଦରେ

କିଏ ବା କେତେ ଲଢ଼ିବ।

***

(ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ)


Rate this content
Log in