Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Inspirational

2  

Lalatendu Kabi

Inspirational

ଆଗାମୀ ମହାଭାରତ

ଆଗାମୀ ମହାଭାରତ

1 min
6.6K


ଧରାଧାମେ ଆନ ଦଣ୍ଡ ଉଠି ଯିବ ଧୀରେ,

ଏକମାତ୍ର ମୄତ୍ୟୁଦଣ୍ଡ ଥିବ ସବୁଥିରେ !!୧


ଶ୍ମଶାନରେ ପରିଣତ ହେବ ବିଶ୍ୱ ସାରା !

ପାଦପେ ଭାଜିବେ ବହି ନର ଦେହ ଭାରା ॥୨


ଶ୍ୱାନ ଗୄଧ୍ର ସ୍ୱାସ୍ଥ୍ୟ ଫୁଲି ହେବ ଅସାମାନ୍ୟ ।

ଗଳି ଗଳି ହେବ ତାଙ୍କ ଅଭୟ ଅରଣ୍ଯ ॥୩


ଏପରି ତ ନାହିଁ କାହିଁ ଗୋଟେ ପରିବାର

ଯେଉଁ ଘରେ କରି ନାହିଁକେହି ପାପାଚାର !!୪


ବାଳକେ ଆସିବେ ଯେବେ ବିଦ୍ୟାଳୟୁ ଫେରି

କହିବେ କେ ଗଲା ଆଜି ଆମ ଘରୁ ମରି ??୫


ଭୁବନେ ଜନନୀ ହେବେ ନିରପତ୍ୟ ନାରୀ:

ଧୄତରାଷ୍ଟ୍ର କହୁଥିବ କାନ୍ଦନା ଗାନ୍ଧାରୀ ॥୬


ବ୍ୟାସ କହିବେ ମନୁଷ୍ୟ ! ରହ ନାହିଁ ଚାହିଁ

ଏଣିକି ଘଟିବ ଯାହା ଦେଖି ହେବ ନାହିଁ ॥୭




. ଲଲାଟେନ୍ଦୁ କବି

. ୨୦୧୮୦୪୨୨-୦୩:୧୦


Rate this content
Log in

Similar oriya poem from Inspirational