Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Fantasy Others Abstract

3  

Lalatendu Kabi

Fantasy Others Abstract

ତୋ ସାଥେ ଖେଳିବି ଥରେ

ତୋ ସାଥେ ଖେଳିବି ଥରେ

1 min
13.3K


ତୋ ସାଥେ ଖେଳିବି ଥରେ

ଆଜି କଥା କାଲି   ଯିବରେ ବଦଳି,   ବଦଳେ ବିଲିତା ଲିତା;

ଆଜି ଅଛେ ବୋଲି   କାଲି ବି ଗହଳି',   କିଏ ସେ ଜାଣ ସେ କଥା?  -୧

ଘଡିକରେ ଘୋଡା   ଧାଇଁ ଦୂରେ ଛିଡା   ପୃଥୀ ଘଡି ଘଡି ଆନ,

କା ଭାଗେ ଲିଖନ   ରାଜାର ଆସନ   କିଏ ଯିବ ଶମଶାନ ॥  -୨

ମାଟିର ପିତୁଳା   ଧରି କଲୁ ଖେଳା   ଶଇଶବ ଥିଲା ବେଳେ;

ମାଟି ଖୋଳି ତାଡ଼ି   ବାଛିଲୁ ଅଗାଡ଼ି   ବୁଡ଼ି ମାଟି ଖେତ ଜଳେ ||  -୩

ମାଟିର ଠାକୁର   ପୂଜିଲୁ କୁମର   ମାଟି ଦେବାଗାର ଯାଇ;

ମାଟି  କହେ ଧନ   ବୁଜି ଦେ ନୟନ,   ଆସ ଦେବି କୋଳେ ଶୋଇ ||-୪

ଗଲୁଣି ତୁ ଥକି,   ଦେହ ଗଲା ଶୁଖି,   ଖେଳନା ରେ ଧନ ଆଉ;

ଶୋଇ ଯା ସହଳ  ଉଠିବୁ ସକାଳ,   ଆଜି ଲାଗି ଖେଳ ଥାଉ ||  -୫

ଦେହ ଥିଲା ସୁନା   କରି ଦେଲୁ ଚୂନା   ଖେଳି ଖେଳି ଖରାଟାରେ;

ହେଲେ ଜାଣୁ କି ନା   ତୁ ବି ମୋ ଖେଳନା,   ତୋ ସାଥେ ଖେଳିବି ଥରେ ||  -୬

    ଧନ ---  ତୋ ସାଥେ ଖେଳିବି ଥରେ ….


Rate this content
Log in

Similar oriya poem from Fantasy