Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational

2  

Pranati Mahapatra

Inspirational

ହୃଦୟର କାନଭାସ୍

ହୃଦୟର କାନଭାସ୍

1 min
109



ହୃଦୟର ଖୋଲା କାନଭାସ୍ ମଧ୍ୟରେ 

ଅଣ୍ଡାଳେ ବସି ମୁଁ ଆଜି,

ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ସବୁର ମୁଖସାଖୀ ସାଜି।

ଅତୀତେ- (୧)

ଗାଆଁ ମାଟିର ସେ ମମତାବୋଳା ମା

କାନଧରି ଆକଟାଏ,

ପାଠପଢ଼ା, ପୁଣି ଗୁରୁ ଗୁରୁଜନ

ମାନ୍ୟକୁ ବୁଝାଇ ଥାଏ।

ତା ଓଠ ଅମୃତ ମଧୁବୋଳା ବାକ୍ୟ

ବେଦଠୁ ମହାନ କରି,

ଚାଲିଥିଲେ ଶିଶୁ ଜୀବନର ରାସ୍ତା

ସବୁ ଦୁଃଖ କଷ୍ଟ ଯିବେ ଡ଼ରି।

ବର୍ତ୍ତମାନ-

ପାଟିରୁ ପଦିଏ ଉପଦେଶ ଦେଲେ

ଘୃଣାରେ ନାକ ଟେକନ୍ତି,

ମରହଟ୍ଟା ପୁଣି ପୁରୁଣା କାଳିଆ

କହି ମୁହଁ ଛିଞ୍ଚାଡ଼ନ୍ତି।

ଭବିଷ୍ୟତ-

ଯଦିଓ ଆଖିରେ ଦେଖିନି ଭବିଷ୍ୟ

ଜଳଜଳ ଏବେ ଦିଶୁଛି,

ଠିଆ ଶିଖିଗଲେ ପର ଲାଗିଯିବ

ଶିଶୁ ମାଆ ବାପା ଭୁଲି

ଯିବ ବୋଲି ମୋତେ ଲାଗୁଛି।

ଉପଦେଶ ଅବା ଭଲକଥା କିଛି

ଶୁଣିବାକୁ ନଥିବ ପାଶେ,

ଆଗାମୀ ଭବିଷ୍ୟ ତିଷ୍ଠିବ କି ନାହିଁ

ନାନା ଶଙ୍କା ମନେ ଆସେ।

ଅତୀତେ-(୨)

ଆରମ୍ଭୁ ମାନବ ସୃଷ୍ଟିକୁ ଆସିଲା

ଆଦିମାନବ ସେ ହେଲା,

ଉଲଗ୍ନ ହୋଇଣ କଞ୍ଚା ମାଂସ ଭକ୍ଷେ

ବାସ ତା ଜଙ୍ଗଲ ଥିଲା।

ବର୍ତ୍ତମାନ-

ଆଧୁନିକ ଢାଞ୍ଚା ଆପଣେଇ ନେଇ

ବୁଦ୍ଧିମାନ ହୋଇଗଲା,

ଶିକ୍ଷା ସ୍ଵାସ୍ଥ୍ୟ,ଖାଦ୍ୟ,ଜ୍ଞାନ ବିଜ୍ଞାନରେ

କେତେ ଅଗ୍ରଗତି କଲା।

ନିମିଷକେ ସବୁ କାମ ହୋଇଯାଏ

କ୍ଷଣିକେ ସବୁ ଜାଣଇ,

ତ୍ରିତଳପ୍ରାସାଦେ ଥଣ୍ଡା ମେସିନରେ

ଆରାମରେ ରହୁଥାଇ।

କଳକାରଖାନା ମାଳମାଳ କରେ

ଜଙ୍ଗଲକୁ ପଦା କରି,

ବିଶ୍ଵ ପରିବେଶ ପ୍ରଦୂଷଣ କଥା

ଯାଇଥାଏ ସେ ପାଶୋରି।

ଭବିଷ୍ୟତ-

ତିନିଭାଗ ଜଳ ଏକଭାଗ ସ୍ଥଳ ତା

 ମଧ୍ୟେ ଜଙ୍ଗଲ କିଛି,

କଳକାରଖାନା ପାଇଁ ଏ ମଣିଷ ତା

ବଂଶ ବିନାଶେ ପୋଛି ପାଛି।

ଧରା ହେବ ଉତ୍ତପ୍ତ ଅମ୍ଲଜାନ ଶେଷ

କଲବଲ ହେବ ନର,

ଭବିଷ୍ୟତ ପିଢ଼ି କେମିତି ଜୀବନ

 ଧରି ରହିବେ ସୁଖର।

(୩)ଅତୀତେ ମଣିଷ ବଣଜଙ୍ଗଲ ରେ

ବିତାଇ ଦିଏ ତା ଦିନ,

ସୁଖ ଦୁଃଖ ଖୁସି ଆନନ୍ଦ କେଉଁଟି

ବୁଝି ପାରେନି ତା ମନ।

ଅଭାବ କଷଣ ପାଖ ମାଡେନାହିଁ

କିଛି ଲୋଡେନି ସେ କେବେ,

ଯାହା କିଛି ପାଏ ବଞ୍ଚିଯାଇଥାଏ

ଏତକ ତା ପାଇଁ ଭାବେ।

ବର୍ତ୍ତମାନରେ ତ ମଣିଷ ମୁଣ୍ଡଟା

କେତେ ଉନ୍ନତି କଲାଣି,

ପୃଥିବୀ ପୃଷ୍ଠର ସବୁ ଯାକ ତାର

ନଖମୁନେ ଦିଶିଲାଣି।

ନାନା ପ୍ରକାରର ଉଦ୍ଭାବନ କରି

ପରୀକ୍ଷା ନିରୀକ୍ଷା କରେ,

ଗ୍ରହ ନକ୍ଷତ୍ରରେ ବାସ କରିବାକୁ 

ମନେ ମନେ ସ୍ଥିର କରେ।

ଭବିଷ୍ୟତ ବେଳେ ମଣିଷ ଜୀବନ

କଟିବ ବୋଧେ ଗ୍ରହରେ,

ଅଚାନକ ବନ୍ୟା ବିତ୍ପତ୍ତି ଅସହ୍ୟ

ନିଶ୍ଚିହ୍ନ ଜୀବନ ହେବରେ।


ଆକଳନ କରି ଅତୀତ ଭବିଷ୍ୟ

ବର୍ତ୍ତମାନ କୁ ମିଶେଇ,

ସାନ ବଡ଼ ସଭିଙ୍କର ମତାମତେ

କାର୍ଯ୍ୟ ନିର୍ଦ୍ଧାରଣେ ଯାଇ।

ଧୀର ସ୍ଥିର ଚିତ୍ତେ ଆଜିର ମଣିଷ

ଅତୀତକୁ ହୃଦେ ଚିନ୍ତି,

ଗୁରୁ ଗୁରୁଜନ କଥାକୁ ହେଜିଲେ

ଭବିଷ୍ୟତ ଯିବ ବଞ୍ଚି ।



Rate this content
Log in