ସୁନା ଭଉଣୀ
ସୁନା ଭଉଣୀ
ଭଉଣୀ ମୋର ଟିକେ ଅଭିମାନିନୀ
ପୁଣି କେବେ କରେ ଅତି ଦୁଷ୍ଟାମି
ଆମ ଘରେ ସେ ଭାରି ଗେହ୍ଳେଇ
ସେ ତ ମୋ ପାଇଁ ସୁନା କଣ୍ଢେଇ
ତା ପାଇଁ କରିଛି ମୁଁ ନୂଆ କଡେଇ
ଶିଖିବ ବୋଲି ସେ ନୂଆ ରୋଷେଇ
ବେଶର ବାଟିବ, ଚୁଲୀ ଲଗେଇ
କହୁଛି ଭାଜିବ ଉଖୁଡା ଖଇ
ଆସୁଛି ବୋଲି ତ ରାଖି ପୁନେଇ
ବସିଥିଲା ସିଏ ମୁହଁ ସୁଖେଇ
ବୁଝିଲି ଦୁଃଖ ତା ସବୁ ମୋରି ପାଇଁ
ମୋତେ ଦବାକୁ ତା ପାଖେ କିଛି ନାହିଁ
କହିଲି ମୁଁ ତାକୁ ଯାଇ ବୁଝାଇ
ସୁନା ଭଉଣୀ ମୋ ସୁନା କଣ୍ଢେଇ
ତୁ ପାଖେ ଥିଲେ ହୁଏ ସବୁ ଶୁଭ
ତୋ ହାତ ଛୁଇଁ ସବୁ ହୁଏ ଲାଭ
ତୋ ମୁହଁ ଦେଖିଲେ ଦୂର ହୁଏ କଷ୍ଟ
ଆଜି ନାହିଁ ବୋଲି କିଛି ତୋ ପାଖେ
ମାଗିବି ଦ୍ରବ୍ୟ ଟେ ଦବୁ ତୁ ମୋତେ
ଦ୍ରବ୍ୟ ଟି କେବେଳ ଅଛି ତୋ ପାଖେ
କହିଲା ସେ ମୋ ଆଡେ ମୁହଁ ବୁଲାଇ
ଭାଇ ଲୋ କ'ଣ ଏମିତି ଦେବି ତୋତେ
ଖାଲି ହାତେ ପରା ଦେଖୁଛୁ ମୋତେ
କରୁଛୁ ତୁ ପୁଣି ପରିହାସ ମୋରି ସାଥେ
ବୁଝାଇ କହିଲି ବସି ମୁଁ ତା ପାଖେ
ଭାଇ ହୋଇ ପୁଣି ଥଟ୍ଟା ତୋ ସାଥେ
କେମିତି ଭାବିଲୁ କଥା ଏମନ୍ତେ
ଆଜି ହେଉଛି ରକ୍ଷା ବନ୍ଦନର ଦିନ
କଥା ଦେଉଅଛି ରଖିବି ମୁଁ ତୋ ମାନ
ତୋତେ ଯେ କରିବ ବଦଦୃଶ୍ୟମାନ
ଜାଣିଥା ଚାଲିଯିବା ତାର ଦୁଇ ନୟନ
ପ୍ରତିବଦଳରେ ଆଜି ମାଗୁଛି ତୋତେ
ବାହା ହୋଇ ଯେବେ କନିଆଁ ସାଜିବୁ
ମୋତେ ଏକା କରି ଶାଶୂଘରକୁ ଯିବୁ
କଥାଦେ ଯେମିତି ମୋତେ ଭୁଲି ନ ଯିବୁ
ବିପଦରେ ଏ ଭାଇ କୁ ସହାୟ ହେବୁ
କହିଲା ସେ ଆଖିରେ ଲୁହ ଗଡେଇ
ତୋ ପରି ଭାଇ ଏ ଜଗତେ ନାହିଁ
ସର୍ତ୍ତ ରଖୁଛି ଆଜି ନ ଭୁଲିବା ପାଇଁ
ଯା ସାଥେ ମୋର ପିଲା ଦିନ ଗଲା
ଯା ସାଥେ ଚାଲିବାକୁ ସାହସ ହେଲା
ମୋ ପାଇଁ ଯିଏ ମାଡ଼ ଖାଉଥିଲା
ଆମ ଶିରା ପ୍ରଶିରା ରେ ଏକ ରକ୍ତ
ଆମେ ପରା ଗୋଟିଏ ମା'ର ସନ୍ତାନ
କେମିତି କହିଲୁ ଭାଇ ଏମିତି ବଚନ
ଏ କହି ତ୍ୟାଗ କରିଲା ସେ ସ୍ଥାନ
ମନ ମାରି ସେ କରିଲା ଶୟନ
ବୁଝାଇ କହିଲି ତାକୁ ମୁଁ ଏଥର ଯାଇ
ଭୁଲରେ ମୁଁ ଦେଇଛି ଏମିତି କହି
ସୁନା ଭଉଣୀ ମୋ ସୁନା କଣ୍ଡେଇ
ତୋ ରାଗରେ ଅନ୍ଧାର ଘୋଟେ
ତୁ ହସିଲେ ଗୋଲାପ ଫୁଟେ
ସୁନେଲି ସୁରୁଜ କିରଣ ପାଖକୁ ଆସେ
ଶୁଣିଲା ନାହିଁ ସେ ମୋରି କଥା
ନିରୁପାୟ ହୋଇ ବସିଲି ଏକା
କିଛି ସମୟ ପରେ ଉଠିଲା ସିଏ
ତାକୁ ତ ମୁଁ ଖାଲି ଦେଖୁଥାଏ
ଆସିଲା ମୋ ପାଖକୁ ଥାଳି ଧରି
ଥାଳିରେ ଥିଲା ଦୀପ ରାଖୀର ଯୋଡି
ଦେଲା ସେ ଫୁଲକୁ ମୋ ମୁଣ୍ଡେ ଥୋଇ
ମଥାରେ ଚନ୍ଦନ ଟିକା ଲଗାଇ
ଦୀପର ଶିଖାକୁ ମୁହଁ ପାଖେ ବୁଲାଇ
ରାଖୀ ବାନ୍ଧିଲା ହାତକୁ ଟାଣି ନେଇ
ମୁହଁରେ ମୋ ଦେଲା ମିଠା ଖୁଆଇ
ଆଶିଷ ନେଲା ମୋ ପାଦକୁ ଛୁଇଁ
ତା ମଥାରେ ମୁଁ ହାତ ରଖିଲି
ତା କୁନି ହାତେ ହାତକୁ ମିଳାଇଲି
କହିଲି ମୁଁ ତାକୁ କୋଳେଇ ନେଇ
ସୁନା ଭଉଣୀ ମୋ ସୁନା କଣ୍ଡେଇ
ତୋ ପାଇଁ ଆଣିବି ମୁଁ ରାଜକୁମାର
କଥା ରହିଲା ଏ ମୋ ବେଦର ଗାର
ଭାଇ ଥିବାଯାଏ କିଛି ହେବନି ତୋର ।
ପ୍ରକାଶ ସାହୁ