Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH SAHOO

Inspirational

2  

RAKESH SAHOO

Inspirational

କାନ୍ଦୁଛି ଓଡ଼ିଆ ସାହିତ୍ୟ

କାନ୍ଦୁଛି ଓଡ଼ିଆ ସାହିତ୍ୟ

1 min
7.1K



ଏକାନ୍ତରେ ଥରେ ସାହିତ୍ୟ ଭାବୁଛି

ଆଜିର ଜନତାଙ୍କୁ ଟିକେ ଦେଖୁଛି

ଧୀରେ ଧୀରେ ସବୁ କିଛି ବଦଳୁଛି

ସମୟ ସହିତ ଜଡିତ କଥା କିଛି ।।


ଓଡ଼ିଆ ସାହିତ୍ୟରେ କେତେ ଇଂରାଜୀ

ମାଡି ଗଲାଣି କେତେ ଯେ ଗରଜି

କେବେ ପାର୍ସି କେବେ ଆରବୀ

ଦିଶିଲାଣି କେତେ ଯେ ଛବି ।।


କେବେ ଆଞ୍ଚଳିକ ଭାଷାର ପ୍ରଚାର

କରିଦେଲାଣି ମୋତେ ଅତିସାର

ଖୋଜୁଛି ମୁଁ ଆଜି ପଡି ଉଠି

ମୋର ମୌଳିକତା ରହିଲା କୋଉଠି ।।


ସମସ୍ତେ ଏଠି ପ୍ରତିଷ୍ଠା ପଛରେ ଦୌଡ଼ନ୍ତି

ମୋ ସନମାନ କଥା କେବେ ଭାବନ୍ତି

ତଥାପି ମୋର ରହିଲା ଅନୁରୋଧ

ସମୟ ଦେଖି ମୋ କଥାକୁ ଟିକେ କରିବ ବୋଧ ।।


ରାକେଶ ସାହୁ


Rate this content
Log in

Similar oriya poem from Inspirational