Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ଷାଠିଏ ପଉଟି

ଷାଠିଏ ପଉଟି

1 min
6.9K


ଦିନେ ଖାଇ ଦିନେ ଉପାସ ରହୁଛି

ଭିକ ମାଗି ଯାଏ ଦିନ,

ତୁମେ ତ ଖାଉଛ ଷାଠିଏ ପଉଟି

ମୋତେ କିଛି କର ଦାନ ।

ପିଲା ଛୁଆର ଏ ଛୋଟିଆ ସଂସାରେ

ପାଇଲେ ମୁଠେ ଆହାର,

ଜଣେ ଖାଇଦେଲେ ପୁରେ ନାହିଁ ଜମା

ପେଟ ଯେ ଆଉ କାହାର ।

ଏମିତି ଜନମ ଦେଇଦେଲ ପ୍ରଭୁ

ସୁଖ ପାଇଲିନି ଦିନେ,

ରାଜ ସୁଖ ଭୋଗ କେବେ ତ ମାଗିନି

ଖୁସି ଟିକେ ଦିଅ ମନେ ।

ତୁମ ନାମ ଗାଇ ସୁଖ ନ ପାଇଲି

କାହିଁକି ଡାକିବି ଆଉ,

ପିଲା ଛୁଆ ସାଥେ ମୋତେ ନେଇଯାଅ

ସହି ପାରିବିନି ଆଉ ।।

କେ.ନିର୍ମଳ

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


Rate this content
Log in