Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ମୃତ୍ୟୁ

ମୃତ୍ୟୁ

1 min
245


ଜନ୍ମ ଥିଲେ ମୃତ୍ୟୁ ଆସିବ ନିଶ୍ଚିତ

ଏକଥା ଅଟଇ ସତ

ମଝିରେ ରହିଛି ଚାଲିବା ପାଇଁକି

ଜୀବନର ଦୁଇ ପଥ ।


ଏକ ପଥେ ଥାଏ ସତ୍ୟ ନ୍ୟାୟ ଧର୍ମ

ଅନ୍ୟଟି ଯେ ବିପରୀତ

ଯେଉଁ ପଥେ ଗଲେ ପହଞ୍ଚିବ ଯାଇ

ଦିନେ ତୁମେ ମୃତ୍ୟୁ ପାଶ ।


କଣ୍ଟକିତ ପଥେ ଚାଲୁଥିଲେ ତୁମେ

ନିଶ୍ଚିତ ରକ୍ତାକ୍ତ ହେବ

ଶେଷ ଦ୍ୱାର ପାଖେ ପହଞ୍ଚିବା ଆଗୁ

କେତେ ଥର ମରିଥିବ ।


ସତ୍ୟର ପଥରେ ବାଟ ଚାଲୁଥିଲେ

ମିଳିବ ସ୍ନେହ ଆଦର

ଜୀବନ ପାଇଁକି ଅଟେ ପରା ତାହା

ଏକ ବଡ଼ ପୁରସ୍କାର ।


ଦୁର୍ନୀତି କରିଲେ କୁକର୍ମେ ମାରିଲେ

ସ୍ୱାର୍ଥରେ ହୋଇଲେ ବନ୍ଧା

ଭଲପାଇବେନି ଜୀବନରେ ଜମା

ପାଉଥିବ ଖାଲି ନିନ୍ଦା ।



Rate this content
Log in

Similar oriya poem from Inspirational