Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2.5  

Pranati Mahapatra

Others

ପ୍ରତିଯୋଗିତା

ପ୍ରତିଯୋଗିତା

1 min
331



କିଏ ଛାଡିବ ଏଠି କାହାକୁ,

ପ୍ରତିଯୋଗିତା ସବୁଠି,

ପ୍ରତିଦ୍ଵନ୍ଦୀ ସମସ୍ତେ,

ଜିତିବାର ଅଦମ୍ୟ ଲାଳସା ସମସ୍ତଙ୍କର,

ଗଡ଼ ଜିତିବା ନିଶାରେ

ଫିକା ପଡିଯାଏ ସମ୍ପର୍କ,

ହେଉ ଅବା ଅର୍ଥର ମୋହରା,କି

ନିଶାର ସାହାରା,

କିନ୍ତୁ ଜିତିବାର ଅଛି ନା,

ଏହି ହାରିବା ଜିତିବା ରାସ୍ତାରେ

କେବଳ ଓହରି ଯାଏ ଜଣେ।

ଯିଏ ସବୁବେଳେ ଦେଇ ଚାଲିଥାଏ,

ପାଇବାର ଲାଳସା ନ ଥାଏ।

ଜୀବନ ତମାମ ସ୍ନେହ ମମତା,

କରୁଣାର କୁବେର ସଦୃଶ।

ଦେଇ ଚାଲିଥିଲା,

ଦେଇ ଚାଲୁଛି,

ଦେଇ ଚାଲିଥିବ।



Rate this content
Log in