Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

2  

Pranati Mahapatra

Inspirational

ତୁମେ ମୋ ବାପା

ତୁମେ ମୋ ବାପା

1 min
6.8K


ବାପା

ମୋର ପ୍ରତିଟି ନିଶ୍ଵାସେ

ଅନୁଭବେ ତୁମକୁ,

ଆଉ ପ୍ରଶ୍ଵାସରେ ବି...

ତୃଷାର୍ତ୍ତ ପାଇଁ ସିନା ଜଳ ଆବଶ୍ୟକ,

ହେଲେ ସେ ଜଳର ପ୍ରତିଟି ବିନ୍ଦୁରେ 

ଅନୁଭବ କରେ ତୁମକୁ।

ତୁମେ ତ ମୋ ପ୍ରାଣର ସ୍ପନ୍ଦନ,

ସୃଷ୍ଟି କର୍ତ୍ତା ସିନା ବ୍ରହ୍ମା,

ପାଳନକର୍ତ୍ତା ସିନା ବିଷ୍ଣୁ,

ସଂହାର କର୍ତ୍ତା ସିନା ମହେଶ୍ୱର,

ହେଲେ ସୃଷ୍ଟି ର

ଜୀବନ ସଂଚାରକ ତୁମେ।

ତୁମର....

ନା 

ରୂପ ଅଛି, ନା ରଙ୍ଗ

ସେଥିପାଇଁ ତ ତୁମେ ମହାନ।

କେହି ସିନା ଦେଖିପାରନ୍ତି ନାହିଁ

ହେଲେ ଗଭୀରକୁ ଯାଇ 

ନିରେଖି ଦେଖିଲେ

ତୁମେ ଥାଅ।

ମାଆ

ମାଆ ସିନା ଦଶମାସ 

ଗର୍ଭ ଧାରଣର 

କଷ୍ଟ ସ୍ଵୀକାର କରେ,

ତୁମେ 

ସାରାଜୀବନ...

ଜନ୍ମରୁ.... ଶୈଶବ

ଶୈଶବରୁ...କୈଶୋର

ଦୁଃଖରୁ ସୁଖ

ଜନ୍ମରୁ ...ଯୌବନ ଯାଏ,

ବଞ୍ଚିବା,

ବଢିବା,

ପଢିବା,

ଗଢିବା,

ସବୁବେଳେ

ସବୁକ୍ଷଣରେ,

ପ୍ରତ୍ୟକ୍ଷ ଅବା ପରୋକ୍ଷ।

ସୁରକ୍ଷା କବଚ ପ୍ରାୟ,

ଧୈର୍ଯ୍ୟର ମଜବୁତ ବନ୍ଧ ତୁଲ୍ୟ,

କୁବେର ଭଣ୍ଡାର ହୋଇ,

ବୀରସୈନିକ ଠାରୁ 

କେଉଁ ଗୁଣରେ କମ୍ ନୁହଁ।

ପାଖେ ପାଖେ ଥାଅ,

ସବୁ ଦୁଃଖ, କଷ୍ଟ,ଗ୍ଲାନି

ମାନଅପମାନର ଗରଳକୁ

ଅମୃତ ଭଳି ପାନ କରି...

ତୁମର କଳନା ନାହିଁ,

ତୁମେ ମହାନ 

ସେଥିପାଇଁ ପରା ତୁମେ -------

   ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

   ଫକୀରମୋହନ ନଗର 

     ବାଲେଶ୍ୱର।


Rate this content
Log in

Similar oriya poem from Inspirational