Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ମା

ମା

1 min
13.5K


ମା === ତୁ କେବେ ମାଗିନୁ ତୋର ମମତାର ମୂଲ ।

ମୁଁ କାନ୍ଦିଲେ ତୋ ଆଖିରୁ ଝରେ ଲୁହ

ଧାଇଁ ଆସି କୋଳେ ନେଉ ତୋଳି କରୁ କେତେ ଗେଲ ।।

ମୁଁ ହସିଲେ ତୋ ପେଟ ପୁରିଯାଏ,

ତୋ ଓଠରୁ ଝରିପଡେ ହସ ।

ମୋ ଶୁଭ ମନାସଉ ସଦା କରି

କେତେ ବ୍ରତ ଉପବାସ ।।

ମୁଁ କେବେ ପଡିଲେ ରୋଗରେ

ତତେ ସବୁ ଦିଶଇ ଅନ୍ଧାର ।

ମୋ ପାଖରେ ବସୁ

ଉଜାଗରେ ଦିନ ରାତି କରି ଏକାକାର ।।

ମୁଁ ଯେତେ ଅସୁନ୍ଦର ହେଲେ

ତୋ ପାଇଁ ମୁଁ ରାଜାର କୁମାର ।

ଡେରିହେଲେ ମୋ ଫେରିବା ବେଳ

ଯାଉଥାଉ ଦୁଆରୁ ଦାଣ୍ଡକୁ ଆଉ ଦାଣ୍ଡରୁ ଦୁଆର ।।

ଯେତେ ବଡ ହେଲେ ବି

ମୁଁ ସବୁବେଳେ ଛୋଟ ତୋ ଆଖିରେ ।

ସୁଖି ଯାଇଥିଲେ ମୁହଁ ମୋର

ପୋଛିଦେଉ ପଣତ କାନିରେ ।।

ନିଜେ ନଖାଇ ତୁ ମୋ ପାଇଁ ରଖି ଥାଉ ।

ତୋ ଛଡା ଏ ଦୁନିଆରେ

ଏପରି କିଏ ସେ କରିବ ବା ଆଉ ।।

ଯେତେ ଅଭାବରେ ଥାଇ ବି ତୁ

ସବୁ ଇଛା ମୋର କରିଛୁ ପୁରଣ ।

କେବେହେଲେ ଦେଇନାହୁଁ

ଜାଣିବାକୁ ଅଭାବ କଅଣ ।।

ତୋ କୋଳରେ ଯଦି କେବେ

ମୁଣ୍ଡ ରଖି ଯାଏ ମୁହିଁ ଶୋଇ ,

ମୋ ମନର ଯେତେ କଷ୍ଟ

ଯେତେ ବା ବେଦନା ଭୁଲିଯାଏ ମୁହିଁ ।।

ସବୁ କଷ୍ଟ ନୀରବରେ ସହିଯାଉ ବୋଲି

ଏ ସଂସାରେ ତୁ ସର୍ବସଂହା ।

କାହାରି ଯନ୍ତ୍ରଣା ଦେଖିଲେ

ତୋ ତୁଣ୍ଡରୁ ବାହାରଇ 'ଆହା' ।।

ଏ ସଂସାରେ କେହି କେବେ

ହେବେନାହିଁ ତୋର ସମତୁଲ ।

ତୋ ଠାରେ ସମସ୍ତେ ଋଣୀ

ଦେଇକେ ପାରିବ ତୋ ମମତାର ମୂଲ ?

******


Rate this content
Log in