Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଚିରଦିନ ଚତୁରଙ୍ଗ ସଙ୍ଘର୍ଷ

ଚିରଦିନ ଚତୁରଙ୍ଗ ସଙ୍ଘର୍ଷ

1 min
282



ଏହି ଜୀବନ୍ତ ଜୀବନ ସ୍ୱୟଂ ହେଉଛି ଚିରଦିନ ଚତୁରଙ୍ଗ ସଙ୍ଘର୍ଷ,

ଏହି ନିରନ୍ତର ପ୍ରକ୍ରିୟା ର ଚଳନ ରହିବ ବର୍ଷ ପରେ ବର୍ଷ ।


ଜୀବନ ଯେ ସତରଞ୍ଜ ଖେଳର ଚିତ୍ରିତ ପଟି,

ସମସ୍ତ ଜନ ହେଲେ ସତରଞ୍ଜ ଖେଳର ବିଭିନ୍ନ ଗୋଟି ।


ଏଥିରେ ଅଛନ୍ତି କେତେ ଭାବପୂର୍ଣ୍ଣ ବିଶେଷ ବନ୍ଧନ,

ଆଗେଇ ନେଇ ଯାଆନ୍ତି ଜୀବନ କୁ ହୋଇ ଇହଲୋକ ଇନ୍ଧନ ।


ପରିଚିତ ହେବେ କେତେ ଯେ ପାତ୍ର ପାତ୍ରୀ,

ଜଣା ଅଜଣାଙ୍କ ଠାରୁ ମିଳିବ ଯେ ଶତ୍ରୁତା ମୈତ୍ରୀ ।


ନିତିଦିନ ଅତିବାହିତ ହେବ ଯେମିତି ଏକ ନିତ୍ୟନୂତନ ଚତୁରଙ୍ଗ,

ଅନନ୍ୟ ଅନୁବନ୍ଧ ଅନୁଭୂତି ଅଭିଜ୍ଞତା ଅର୍ଜନ କରାଏ ଏହି ଉତ୍କଣ୍ଠିତ ରୋମାଞ୍ଚିତ ରଣରଙ୍ଗ ।


ସଦା ପ୍ରସ୍ତୁତ ସଚେତ ସତର୍କ ରହିବାକୁ ଜଣାଏ ସମର ପ୍ରାଙ୍ଗଣ,

କିଏ ବି ଜାଣିନି କେବେ କାହାଠାରୁ ଦେଖିବାକୁ ପଡ଼ିବ ଅବବୋଧହୀନ ଆକ୍ରମଣ ।


ପିତାମ୍ବର ପାର୍ଥସାରଥୀ ପାର୍ଥଙ୍କୁ ବୋଧ କରିଲେ ଚତୁରଙ୍ଗ ସୈନ୍ୟବାହିନୀ ର ମହତ୍ୱ,

କର୍ତ୍ତବ୍ୟପରାୟଣ କର୍ତ୍ତବ୍ୟଜ୍ଞାନ କର୍ମଯୋଗ ମାର୍ଗ ରେ ଭୁଲିବାକୁ ହେବ ସମ୍ବନ୍ଧୀୟଙ୍କ ପ୍ରତି ମମତ୍ୱ ।


ଅସୀମ ସଂସାର ସମ ସତରଞ୍ଜ ରେ ଆସିଛନ୍ତି ସମସ୍ତେ ଏକା,

ପ୍ରତି ପ୍ରତିଦ୍ୱନ୍ଦ୍ୱିତା ପ୍ରତିଯୋଗିତା କୁ ଅତିକ୍ରମ କରିବାକୁ ପଡ଼ିବ ହୋଇ ଏକା ।


ବେଗ ଅଶ୍ୱ ପରି ରସନା କୁ ରଖିବାକୁ ହେବ ବଶୀଭୂତ,

ସମୟାନୁବର୍ତ୍ତୀ ସମୟାନୁସାର ନିର୍ବାକ ରହି ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ରହୁ କେନ୍ଦ୍ରିତ ।


ପଦାତି ହୋଇ ଲଙ୍ଘିବାକୁ ହେବ ଜୀବନପଥ,

ମହାରଥୀ ହୋଇ ସୁଚାରୁରୂପେ ଆଗେଇ ନେବାକୁ ହେବ ଜୀବନରଥ ।


ହସ୍ତୀଙ୍କ ସହର ହସ୍ତିନାପୁର ଥିଲା ଚନ୍ଦ୍ରବଂଶୀୟଙ୍କ ରାଜଧାନୀ ନଗରୀ,

ହସ୍ତୀ ନାମକ ନରପତିଙ୍କ ଦ୍ୱାରା ନିର୍ମିତ ହେଲା ଏହି ପ୍ରାଚୀନ ନଗରୀ ।


ସର୍ବଦା ସାହା ହୋଇ ରହିବେ ନିଜ ମାତା,

ଶ୍ରୀଜଗନ୍ନାଥ ଯାବଜ୍ଜୀବନ ରହିବେ ଆମ ଧୈର୍ଯ୍ୟ ପ୍ରଦାତା ।


ସଦା ନେବାକୁ ହେବ ଜ୍ଞାନୀ ବିଜ୍ଞାନୀ ବିଦ୍ୱାନଙ୍କ ପରାମର୍ଶ,

ଉତ୍ତମ ଅନୁକୂଳ ପରିଣାମ ସୁନିଶ୍ଚିତ ମିଳିବ ଯଦି ହେବ ତାଙ୍କ ସହ ବିଚାର ବିମର୍ଶ ।


ଆଜୀବନ ଗତିରୋଧ ପ୍ରତିରୋଧ କରିବେ ଭିନ୍ନ ବିଭିନ୍ନ ବିଭ୍ରାଟ,

ଚିରଦିନ ଚତୁରଙ୍ଗ ସଙ୍ଘର୍ଷ କୁ ବିଜୟ କରିଲେ ହୋଇ ପାରିବ ସ୍ୱପ୍ନ-ସାମ୍ରାଜ୍ୟ ର ସମ୍ରାଟ ।



Rate this content
Log in