Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ (40)

ପୁରୁଷୋତ୍ତମ ଦେବ (40)

1 min
151


ପୁରୁଷୋତ୍ତମ ଦେବ ( 40)

ଐତିହାସିକ କାବ୍ୟାଂଶ


ଏହି ସମୟରେ ଶ୍ରୀକ୍ଷେତ୍ରଧାମରେ

ଘୋଷଯାତ୍ରା ସମାୟାତ,

ତିନି ଠାକୁରଙ୍କ ରଥ ବଡଦାଣ୍ଡେ

ଦିଶୁଥିଲେ ଶୋଭାବନ୍ତ।


ଆଗେ ତାଳଧ୍ୱଜ ପଛେ ନନ୍ଦିଘୋଷ

ମଝିରେ ଦେବଦଳନ,

ଏକୁଏକ ଶୋଭା ଦିଶନ୍ତି ନିନ୍ଦନ୍ତି

ସୁଧର୍ମାର ସିଂହାସନ।


ଉଡେ ଫରଫର ନେତ ରଥଙ୍କର,

ଭକତ ଦର୍ଶନ ପାଇଁ,

ଶ୍ରୀମନ୍ଦିର ତେଜି ବଡଦାଣ୍ଡେ ଆଜି

ବିଜେ ଜଗତ ଗୋସାଇଁ।


ଚାଳିଶ ଉପରେ ଦୁଇଫୁଟ ଉଚ୍ଚ

ବଳିଆଙ୍କ ତାଳଧ୍ୱଜ,

ଚତୁର୍ଦ୍ଦଶଗୋଟି ଚକ ସେ ରଥରେ

ନାଲି ନେଳି କନା ସାଜ।


ଅବର୍ଣ୍ଣନୀୟ ସେ ରଥ ଶୋଭା,ସୂର୍ଯ୍ୟ-

କିରଣରେ ଝିଲିମିଲି,

ମହାଦର୍ପେ ତହିଁ ବିଜେକରିଛନ୍ତି

ସାରଥି ବୀର ମାତଳି।


ତା'ପଛକୁ ଦର୍ପଦଳନ ସଜ୍ଜିତ,

ବସିବେ ହଳଦୀମୁହୀଁ,

ନାଳି-କଳାରଙ୍ଗ କନାରେ ଆବୃତ୍ତ

ହୋଇଛି ରଥର ଦେହି।


ଅତି ମନୋରମ ରଥ ତା ଦେହରେ

ଲାଗିଅଛି ଚକ ବାର,

ଛାତିକୁ ଫୁଲାଇ ବସିଛନ୍ତି ତହିଁ

ସାରଥି ଅର୍ଜୁନ ବୀର।


ପଛେ ନନ୍ଦିଘୋଷ, ଷୋଳଚକାରଥ,

ଦାରୁକ ସାରଥି ତହିଁ,

ନାଲି-ହଳଦିଆ ବସ୍ତ୍ରରେ ସଜ୍ଜିତ

ହୋଇଅଛି ରଥ ଦେହି।


ଭାବଭୋଳାଙ୍କର ଭାବେ ହୋଇ ଭୋଳ,

ଭକ୍ତମନ ଛନ୍ନଛନ,

ନନ୍ଦିଘୋଷରଥେ ଫରପର ହୋଇ

ଉଡେ ବାନର କେତନ।


ପହଣ୍ଡିରେ ନାଚି ନାଚି ଆସୁଛନ୍ତି,

କି ଛନ୍ଦେ ତିନି ଠାକୁରେ,

ପଣ୍ଡା ମାନଙ୍କର କଚା ଖାଇଖାଇ

ହସୁଛନ୍ତି ଭାବଭୋଳେ।


ରଥେ ବିଜେହେଲେ ତିନି ମହାପ୍ରଭୁ,

କି ପବିତ୍ର ଘୋଷଯାତ !

ବଡଦାଣ୍ଡ ପୁରିଉଠେ ,ଲକ୍ଷ ଲକ୍ଷ

ମାଡିଆସନ୍ତି ଭକତ।


ବାଜେ ଘଣ୍ଟାଭେରୀ ମଙ୍ଗଳ ମହୁରୀ,

ଭକତ ଗାଏ ଜଣାଣ,

ବଡଦାଣ୍ଡେ ଶୁଭେ ଜୟ ଜଗଜନ୍ନାଥ

ଜୟ ହରେକୃଷ୍ଣ ନାମ।


ବଡଦାଣ୍ଡ ଧୂଳି ମଥାରେ ବୋଳିଣ,

ଭକତ ଯାଆନ୍ତି ଗଡି,

କା ଆଖିରୁ ଲୁହଧାର ବହିଯାଏ

ଛୁଇଁଣ ରଥଦଉଡି।


ଆଜି ପ୍ରଭାତରେ ରାଜାଙ୍କ ଛାମୁରେ

କହିଛନ୍ତି ବିମ୍ବାଧର,

ପାଇଛନ୍ତି ଏକ ସୁଯୋଗ୍ୟ ଚଣ୍ଡାଳ

ଧରିବାକୁ ଜେମା କର।


ଆଜି ଦି'ପହରେ ରଥଯାତରାରେ

ଘୋଷଣା ହୋଇବ ତାହା,

ଜାଣନ୍ତୁ ଉତ୍କଳ ପ୍ରଜାପୁଞ୍ଜ କିଏ

ହେବ ରୂପାମ୍ବିକା ନାହା।


ରାଜାଙ୍କର ଅପମାନ, ପ୍ରଜାଙ୍କର

ଅପମାନ ସହ ସମ,

ସେଥିପାଇଁ ,ନେଇ ପ୍ରଜାସମର୍ଥନ,

ବିବାହ ହେବ ସମ୍ପନ୍ନ।


ଗୁଣ୍ଡିଚା ସମାନ ଆଉ ଭଲଦିନ

କାହିଁ ବା ବିବାହପାଇଁ?

ଏପରି ଦିନରେ ଜାତକ ଦେଖିବା

ଆବଶ୍ୟକ ମଧ୍ୟ ନାହିଁ।"


ମହାମନ୍ତ୍ରୀଙ୍କର ଏମନ୍ତ ବିଚାର -

ଶୁଣି ନୃପ ସନମତ,

ତଥାପି ଅନ୍ତର ଚିରି ଉଠୁଥିଲା

ଦୀର୍ଘନିଶ୍ୱାସ ନିର୍ଘାତ।


ବିଚାରନ୍ତି ମନେ 'ଏକଥା କି ଦିନେ

ଦେଖିବାକୁ ମୋତେ ଥିଲା ?

ଭାଗ୍ୟ ବିଡମ୍ବନା ହେତୁ ମୋ ପ୍ରେମର

ଅକାଳ ବିୟୋଗ ହେଲା।'


କ୍ରମଶଃ--


Rate this content
Log in