Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନୂଆ ଯନ୍ତା

ନୂଆ ଯନ୍ତା

1 min
6.4K



ରମାକାନ୍ତ ପୁରୋହିତ


ଅନ୍ତରୁ ଅନ୍ତର ଭାବନା ,

କରି କରାଏ ସଂଭାବନା ।

ଅବନା କରେ ବହୁଜାତ ,

ଅବନୀରେ ସଂଜାତ ।

ନଥାଇ ଅନୁସନ୍ଧାନରେ ,

କିଲାଭ ନର ଜୀବନରେ ।

କିଲୋଭ କଲମ ଚାଷରେ ,

କେବଳ ବେଳ କଳସରେ ।

ଶିଖି ମନେଇ ସାଜି ନରେ ,

ପାଇକ ଲୁଚନ୍ତି ବନରେ ।

କଲମ ଧାରରେ କଳଙ୍କ ,

ଚଳାଇବାକୁ ହାତ ବାଙ୍କ ।

ଶାୟକ ନାୟକ ହସ୍ତରୁ ,

ଖସି ପଡ଼େ ବେଳ ନସରୁ ।

କାହାଣୀ ଅବା କିମ୍ବଦନ୍ତୀ ,

ଆହା ଗାୟକ ନ ଜାଣନ୍ତି ।

ଅଚଳ ଏଜାତି ପସରା ,

ଚଳୁ କରିବା ଚିନ୍ତାଧାରା ।

ସଜାଇ ଦେଖାଦିଏ ଧରା ,

ଇତିହାସ ବିକୃତ ଧାରା ।

ବିଛାଇ ଆହାର ପୁଡ଼ିଆ ,

ବସିଛି ଗୁପତେ ପଡ଼ିଆ ।

ଧନ୍ୟ ଲୁବ୍‌ଧକ ଧନ୍ୟ ଚିନ୍ତା ,

ଗଢି ରଖିଥା ନୂଆଯନ୍ତା ।


Rate this content
Log in

Similar oriya poem from Classics