Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ସଞ୍ଜ ନଇଁ ଗଲାପରେ

ସଞ୍ଜ ନଇଁ ଗଲାପରେ

1 min
143





ସଞ୍ଜ ନଇଁ ଗଲାପରେ

ସାଥି ତୁମ ସ୍ମୁତି ଫେରେ

ନିଛାଟିଆ ନିରୋଳା ମୋର କାଚ ଘରେ

ତୁମବିନା ଜୀବନରେ ଯିଏ

ନିତି ଝୁରେ, ନିତି ମରେ

ସାଥି ତୁମେ ଫେରିଆସ ଥରେ

ଥାଅ ଅବା ଯେତେ ଦୂରେ.....

ତୁମେ ଚାଲିଯିବା କଥା ଲାଗୁନାହିଁ ସତ

ଏବେବି ଶୁଭୁଛି ପ୍ରିୟା

ଚାନ୍ଦିନୀ ରାତିର ସେହି ମିଠା ମିଠା ଗୀତ

ଯେଉଁ ସ୍ୱର ମତେ ପାଗଳ କରେ

ଯେଉଁ ସ୍ବପ୍ନ ନୀତି ଦେଖେ ନିତି ଝୁରେ

ନିଛାଟିଆ ନିରୋଳା ମୋର କାଚ ଘରେ

ସଞ୍ଜ ନଇଁ ଗଲାପରେ

ଅମାନିଆ ଆଖିରୁ ମୋର

ଲୋତକ ଝରେ,

ମନରେ ମୋ କୋହ ଭରେ,

ହୃଦୟ ଅପେକ୍ଷା କରେ,

ମରମ ତଳର ଅକୁହା କଥାକୁ

କହିବାକୁ ଗୋପନରେ

ଚାତକ ପରି ମୁଁ ଚାହିଁ ରହିଥାଏ

ଠିକ ସଞ୍ଜ ନଇଁ ଗଲାପରେ ...

ଲେଖିକା - ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା,କଟକ-୭୫୩୦୧୦



Rate this content
Log in