ସାଗର ପରି ମନ
ସାଗର ପରି ମନ
ସାଗର ପରି ମନଟି,
ଆବେଗର ଲହଡି ଭରା....
କେତେବେଳେ ଘୃଣାର ବାତ୍ୟା,
ତ ପୁଣି ପ୍ରେମର ପରଶରେ
ନିସ୍ତବ୍ଧ ପୃଷ୍ଠ ଭାଗ।
ଅଗଣିତ ସ୍ମୃତି ସେ ଜୁଆର ତଳେ,
ଜାହାଜର ଭଗ୍ନାବଶେଷ ସମ...
ଅଜାଣତରେ , ଅନିଚ୍ଛାସତ୍ବେ
ଭାସମାନ ହୋଇ ଚାଲିଆସେ,
ଆଣି ଶୋକର ତରଙ୍ଗ।
ମନ ମୋର ଗତିକରେ,
ଅସରନ୍ତି ଜଟିଳତା ଦେଇ....
ସଂଘର୍ଷରତ କରିବାକୁ ନିୟନ୍ତ୍ରଣ,
ପ୍ରଚେଷ୍ଟାରେ ସର୍ବଦା ନିମଗ୍ନ
ମୋ ଉତ୍କଣ୍ଠା, ଆବେଗ।
ଗଭୀର ସାଗର,ବିଶାଳକାୟ ରୂପ ଓ
କୂଳରେ ବିସ୍ତୀର୍ଣ୍ଣ ବେଳାଭୂମି ପରି....
ଅତୁଳନୀୟ ମୋ ହୃଦୟର ଭାଷା,
ଆର ପାର୍ଶ୍ଵରେ ସୂରୁଜ ଉଇଁଲେ,
ଏ ପାରିରେ ବିଚ୍ଛୁରିତ ହୁଏ ପୁଣି.....
ମୋ ମନରେ ,
ଇନ୍ଦ୍ରଧନୁର ସପ୍ତରଙ୍ଗ ।