Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Others

5.0  

Bauribandhu Lenka

Others

ଯାତ୍ରୀ ତୁ ଏ ମିଛ ଦୁନିଆର

ଯାତ୍ରୀ ତୁ ଏ ମିଛ ଦୁନିଆର

1 min
6.7K


ଯାତ୍ରୀ ତୁ ଏ ମିଛ ଦୁନିଆର ================

ଯାତ୍ରୀ ତୁ ଏ ମିଛ ଦୁନିଆର ରାଜରାସ୍ତା ପରେ,

ଶେଷ ଲକ୍ଷ୍ୟ ସ୍ଥଳ ତୋର ଗାଁର ମଶାଣି |

ତୋ ଆଗରୁ କେତେ ଆସି ଲେଉଟି ଗଲେଣି

ଦୁଇ ଗଜ ଭୂମି ଥିଲା ସଭିଙ୍କ ମାଗୁଣି || କି

ଏ ରାଜ ବଙ୍ଗଳାରେ ଶୋଉଥିଲା

ମଖମଲୀ ଶେଯ ତକିଆରେ |

କାହାର ନଥିଲା ଚାଳ ମୁଣ୍ଡ ଗୁଞ୍ଜିବାକୁ

ରହୁଥିଲା ଫୁଙ୍ଗୁଳା ଦେହରେ ||

କିଏ ଖାଉଥିଲା ପୁରୀ ରାବିଡି ପୁଲାଉ ଖିରୀ

ଆଉ ମାଂସ ବିରିଆନୀ |

କାହାର ଭୋକିଲା ପେଟ

ମିଳେନାହିଁ ମୁଠେ ଭାତ

ପିଇବାକୁ ଟୋପାଏ ତୋରାଣୀ ||

କିଏ ପାଏ ନାହିଁ କନା ଲୁଚାଇବାକୁ ତା ଲାଜ,

କିଏ ପିନ୍ଧେ ପାଟ ମଠା ଶାଢୀ |

କିଏ ପାଦେ ଚାଲି ଚାଲି ଥକିପଡେ

କିଏ ବୁଲେ ଚଢି ଘୋଡ଼ାଗାଡି ||

ଧନ ଜନ ଗର୍ବ ସବୁ ଅଢେଇ ଦିନିଆ,

ଏଇ ମିଛ ମାୟା ସଂସାରରେ |

ଫେରିଯିବେ ସର୍ବେ ଖାଲି ହାତେ

ଗୋଟିଏ ରାସ୍ତାରେ ଛାଡି

ସବୁ ଏହି ଦୁନିଆରେ ||

*******

ବାଉରିବନ୍ଧୁ ଲେଙ୍କା ଦୁର୍ଗାମାଧବ ନଗର,ଭୁବନେଶ୍ୱର


Rate this content
Log in