ଜୀବନ ଗୀତା-୨୨୨
ଜୀବନ ଗୀତା-୨୨୨
1 min
6.4K
ସତ୍ୟର ସୋପାନ
ଚଢିବାରେ ଯେତେ ମଜା
ଜୀବନରେ ସେତେ
ଭୋଗିବାକୁ ପଡେ ସଜା ॥୦॥
ସତ୍ୟ ସଂଧାନରେ
ଅଂଧାର ପଥରେ
ଏକାଏକା ଚାଲେ ଯିଏ
ଲକ୍ଷର ସ୍ଥଳରେ
ପହଞ୍ଚିବା ପରେ
ଦୁଃଖ ସବୁ ଭୁଲିଯାଏ
ଶିଖରେ ପହଞ୍ଚି
ବଜାଏ ବିଜୟ ବାଜା ॥୧॥
ଆରମ୍ଭରୁ ଶେଷ
ଭୋଗେ ଯେତେ କ୍ଳେଶ
ଏକାଏକା ସିନା ସିଏ
ଲକ୍ଷ୍ୟପ୍ରାପ୍ତି ପରେ
ଯେଉଁ ଶାନ୍ତି ମିଳେ
ସବୁ ଦୁଃଖ ଚାଲିଯାଏ
ସୁଖ ସିଂହାସନେ
ବସଇ ସାଜି ସେ ରାଜା ॥୨॥