ବରେଣ୍ୟ କବିକୂଳ
ବରେଣ୍ୟ କବିକୂଳ
ହଜାର ସୂର୍ଯ୍ୟସମ ଜଳ ଜଳ ଉତ୍କଳ କବିକୂଳ
ଦୀପଶିଖା ସମ, ଦିଅ ଠାଇଁ ମୋତେ ହେଉବା ଅନୁଜ୍ଵଳ ।
ଧନ୍ୟ ହେ ତବ ଲେଖନୀରୁ କେତେ ଝରିଅଛି ସୁନାରୁପା
ହୃଦୟ ମନରେ ଉଠିଅଛି ଝଡ ସବୁ କି ହେଇଛି ଛପା ?
ପ୍ରକୃତି ପୁରୁଷ ବୃକ୍ଷ ପାହାଡ ପର୍ବତ ଅମ୍ବର
ବଣ ଜଙ୍ଗଲ ପଶୁ ପକ୍ଷୀ ଓ ନଦୀ ନାରୀ ମହାସାଗର ।
କେତେ ପ୍ରେମକଥା ସକାମ, ନିଷ୍କାମ, ଝରଣାର ରୂପଛଟା
ବିଶ୍ଵଭୂବନ, ନାନା ଉପବନ, ପ୍ରେମର ଜୁଆର ଭଟ୍ଟା ।
ତୁମମାନଙ୍କ ପାଦତଳେ ବସି ଧରିଛି ଲେଖନୀ ମୁହିଁ
ଯାହା ଲେଖିବାକୁ ଚାହିଁଲେ ଦେଖେ ମୁଁ ପୂର୍ବରୁ ରଚିତ ସେହି ।
କିଛି ଉପାଦାନ ପାଉନି ମୁଁ ଖୋଜି ମନେ ଦିବାନିଶି ଦ୍ଵନ୍ଦ
କବିକୂଳ ମୋତେ ଦିଅ ହେ ଆଶିଷ ରଚିବାକୁ ନୂଆ ଛନ୍ଦ ।