Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Inspirational

2  

Bidyutprabha Gantayat

Inspirational

କେତେଟା ବାଜିଛି

କେତେଟା ବାଜିଛି

1 min
6.5K


ହିନ୍ଦୀ-ଅଶୋକ ବାଜପେୟୀ

ଅନୁସୃଜନ - ଡ.ବିଦ୍ୟୁତପ୍ରଭା ଗନ୍ତାୟତ


କେତେଟା ବାଜିଛି

ପଚାରୁଛି ସତରଶହ ଶତାବ୍ଦୀର ଅନ୍ଧାରରେ

ଗମ୍ବୁଜରେ ଠିଆ ହୋଇଥିବା ଗୋଟିଏ ଚୌକିଦାର

ନିଜ ଲଣ୍ଠନର କମିଯାଉଥିବା ଆଲୁଅରେ-

କେଉଁ ଇହୁଦୀ କବିଙ୍କର ରଚନାବଳୀର

ଅନୁବାଦ କରିବା ଚେଷ୍ଟାରେ ନୟାନ୍ତ

ଭାରି ଫ୍ରେମର ଚଷମା ପିନ୍ଧା ଝିଅ ପଚାରୁଛି

ଧର,କେଉଁ ପ୍ରାଚୀନ ଗ୍ରନ୍ଥର

ସର୍ବଜ୍ଞ ନାୟକକୁ

କେତେଟା ବାଜିଛି-

କ୍ଲାନ୍ତ ହୋଇ ଭାଙ୍ଗି ପଡୁଥିବା

କେଉଁ ଦୁର୍ଦ୍ଦାନ୍ତ ବୁଢ଼ା ଦେବତା

ହାଇ ମାରିଲା ବେଳକୁ

ଶୂନ୍ୟରେ ଚିତ୍କାର କରେ

କେତେଟା ବାଜିଛି-

ବୁଲା ବିକାଳୀ ସ୍ତ୍ରୀ ଲୋକଙ୍କର କଳିତକରାଳରେ ତ୍ରସ୍ତ

ଓ ନିଜ ସ୍କୁଲ ବହି ଖୋଜି ନପାଇବାରେ ଦୁଃଖିତ

ଗହଳି ମିଠା ଦୋକାନୀ ଆଗରେ

ପଇସା ନଥିବା ସତ୍ତ୍ଵେ, ଲାଳାୟିତ ପିଲା ଟିଏ

ଜାଣିବାକୁ ଚାହେଁ ଗୋଟିଏ ବଳିଷ୍ଠ ବପୁବାଲା ଗ୍ରାହକ ଠାରୁ

କେତେଟା ବାଜିଛି-

ନିଜ ଜୀବନର କୁହୁଡିରେ ଘେରିଯାଇ

ପିଲାଦିନର ଝାପ୍ସା ହୋଇ ଯାଉଥିବା ମୁହଁ ମାନଙ୍କୁ

ହଜିବା ଆଗରୁ ମନେ ପକାଉଥିବା

ରକ୍ତର ମୌନତା ଭିତରେ କେଉଁଠି

ଦୂରରୁ ଭାସିଆସୁଥିବା ଡାକ ଶୁଣୁଶୁଣୁ

ମୁଁ ଏଇ ଅଧାଲେଖା କବିତାକୁ ପଚାରେ

କେତେଟା ବାଜିଛି?

***

This poem published in " Sabitri " puja issue 2018


Rate this content
Log in

Similar oriya poem from Inspirational