Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

ସହରରେ ବନ୍ୟା

ସହରରେ ବନ୍ୟା

1 min
6.9K


ବଡ ବଡ ସହରରେ

ମୌସୁମୀ ଉଭାନ ହୁଏ

ଅଵପାତ , ଲଘୁଚାପ

ବର୍ଷା ଆଣେ ବନ୍ୟା ।

ମାନେନାହିଁ

ହାଇଟେକ ଜୀବନ ଶୈଳୀ

ଆଧୁନିକ ସାଧନ ଓ କୋଠାବାଡ଼ି

ପ୍ରକୃତିର ବାଟ ଓଗାଳି

ସ୍ରୋତର ଛାତି ଉପରେ ଠିଆ

ମଲ , ମଲଟିପ୍ଲେକ୍ସ ଓ ଇଷ୍ଟେଟ

ଭେଳା ଭେଳା ଗାଡ଼ି ।

ସହରରେ ବର୍ଷା ଆଣେ ବନ୍ୟା

ଆତ୍ମ ଘୋଷିତ , ଦର୍ପିତ

ଦିଗବିଜୟୀ ମଣିଷଙ୍କ

ରଙ୍ଗମଖା ମୁହଁ ମାନଙ୍କୁ

ବୁଡାଏ , ବିବର୍ଣ୍ଣ କରେ ।

ବର୍ଷା ଆଣେ ବନ୍ୟା

କ୍ଷମତାର ଅଧିକାରୀ ,

ଅସ୍ପର୍ଦ୍ଧାର ଅନୁଚର ମାନଙ୍କ

ବୟାନ ବିବୃତିକୁ

ଜଳଲୀନ କରେ ।

ସହରରେ ବର୍ଷା

ଗେଟ ଟପି ପାଣି ଘରେ ପଶେ

ଗ୍ୟାରେଜ , ଡ୍ରଇଂ , ଡାଇନିଂ ,

କିଚେନ ଓ ବେଡ଼ରୁମ

ବେଧଡକ ବୁଡାଏ ।

ବର୍ଷା ଆଣେ ବନ୍ୟା

ଜଳ ବନ୍ଦୀ ନିଷ୍କର୍ଷ ବିହୀନ

ସହରୀ ମଣିଷଙ୍କ

ଆବଦ୍ଧ ତାକୁ ହେଣ୍ଟାଳେ ।

ପ୍ରକୃତିର ପ୍ରତିଶୋଧ

ବର୍ଷାର ତାଣ୍ଡବ

କୁତ୍ରିମ ବନ୍ୟାରେ ଉବୁ ଟୁବୁ

ସହର ଓ ସହରୀଙ୍କ ପରାଭଵ

ବର୍ଷା ଆଣେ ବନ୍ୟା ।

*****

© ଡ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in