Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଋତୁ ରଙ୍ଗରେ ତୁମେ

ଋତୁ ରଙ୍ଗରେ ତୁମେ

1 min
179


ପ୍ରକୃତି ନିୟମ ପରି କେବେ ସାଜ

ତୁମେ ନୂଆ ନୂଆ ବେଶ ।

ଋତୁ ସଙ୍ଗେ ସଙ୍ଗେ ମନ ଵି ମୋହର

ତୁମ ପାଈଁ ଅବଶୋଷ ।।

କେବେ ବୈଶାଖରେ ବୈଶାଖୀ ତ ପୁଣି

କେବେ ଜାଡରେ ଉଷ୍ମତା ।

ଧାରା ଶ୍ରାବଣର ଶ୍ରାବଣୀ ତ କେବେ

କେବେ ଫଗୁଣର ଛିଟା ।।

କେତେ ବସନ୍ତର ବାସନ୍ତୀ ସାଜିଣ

ଆସ ନବ ବଧୂ ବେଶେ ।

କୋଇଲିର କୁହୁତାନେ ଝୁମି ଝୁମି

ତୁମ ଖିଆଲେ ମୁଁ ହସେ ।।

ଅମାନିଆ ମନ ନିଦାଘ ଗ୍ରୀଷମେ

ତୁମ ପାଈଁ ନିତି ଝୁରେ ।

ତୁମ ସ୍ମୃତିରେଣୁ ହୃଦୟେ ପଖାଳି

ଶୀତଳତାକୁ ଆବୋରେ ।।

ସବୁ ଋତୁ ସବୁ ମୁହୂର୍ତ୍ତରେ ଦେଖେ

ତୁମ ମଧୁକ୍ଷରା ସ୍ମିତ ।

ସେ ସ୍ମିତ ଝଲକ ହୃଦ ମୁକ୍ତାକାଶ

କରେ ସଦା ଆମୋଦିତ ।।


Rate this content
Log in