Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

4  

Arun Kumar Mitra

Others

ମହାନଦୀ ବିବାଦ

ମହାନଦୀ ବିବାଦ

1 min
13.3K


ମହାନଦୀ ବିବାଦ

 

ଚାରି ଯୁଗେ, କାଳେ କାଳେ,

ଏ ମହାନଦୀର ପବିତ୍ର ଧାରା

ପ୍ରବାହିତ ଉତ୍କଳେ  ॥

ଉତ୍କଳ ମା’ର ଶ୍ରୀପାଦ ଯୁଗଳ ଚୁମ୍ବି,

ସ୍ଵଚ୍ଛ ସଲିଳା ହେଉଛି ଧନ୍ୟ

ପରଶି ପୁଣ୍ୟଭୂମି  ॥

ଜନନୀ ଆମର, ଆଜି ଏଇକ୍ଷଣେ

ଆମେ ସନ୍ତାନ ଲାଗି,

ନିଭୃତେ କରଇ ଅଶ୍ରୁମୋଚନ

ଖୋଲ ଆଖି, ଦେଖ ଜାଗି  ॥

ଶସ୍ୟ ଶ୍ୟାମଳ, ଆମର ଭୂମିକୁ

କେ କରିବ ପ୍ରାଣ ଦାନ,

ପାଇବେ କେଉଁଠୁ ତୃଷାତୁର ପ୍ରାଣୀ

ଜଳ ଅମୃତୋପମ  ॥

ହେବାକୁ ଦେବାନି ମରୁ ଅଞ୍ଚଳ

ଏ ଆମ ସୁନାର ମାଟି,

ସୁ-ସଜ୍ଜିତା ସୁଜଳା ସୁଫଳା

ସୁନ୍ଦର ପରିପାଟୀ  ॥

କ୍ଷୁଦ୍ର ବୃହତ ସହର ନଗର

ପୁର ଓ ପଲ୍ଲୀ ବାସୀ,

ଶଙ୍କିତ ଆଜି ଭୀତ ତ୍ରସ୍ତ,

ଏଇ ନଦୀମାତା ଆମରି ସେବାରେ

ନିୟୋଜିତ ଦିବାନିଶି,

ନିରବେ କେମିତି କରୁଛି ବିଳାପ

ନିଶ୍ଚଳ ଜଳରାଶି  ॥

ଶୁଭୁ ନାହିଁ ଦେଖ କୁଳୁକୁଳୁ ନାଦ

ସ୍ତବ୍ଧ କଲ୍ଲୋଳିନୀ,

ଆମ ମମତାର ଡୋରିରେ ସେ ବନ୍ଧା

ସ୍ନିଗ୍ଧ ସ୍ରୋତସ୍ଵିନୀ  ॥

ଆସ ସମସ୍ତେ ଉତ୍କଳ ନରନାରୀ,

ହୃଦୟେ ଚିତ୍ତେ ନବ ପ୍ରାଣ ସଞ୍ଚାରି  ॥

ଆଜି ଉତ୍କଳ ଜନନୀର ଆବହାନେ

ଡାକି ଜୁଟେଇବା ଚାରିକୋଟି ସନ୍ତାନେ  ॥

ନେବା ଟି ଶପଥ, ହେବାକୁ ଦେବାନି

ଏ ନଦୀର ଗତି ରୁଦ୍ଧ,

ଜାଗି ଉଠିଲାଣି ଉତ୍କଳ ବାସୀ

ଆବାଳ ବନିତା ବୃଦ୍ଧ  ॥

ଦୃପ୍ତ କଣ୍ଠେ ଦୃଢ ଘୋଷଣା

ଜାଣିଥାଅ ଦେଶସାରା

ଯେମିତି ବୋହୁଛି, ସେମିତି ବୋହିବ

ଚିର ଅମୃତ ଧାରା  ॥


ଦୁଇ କୁଳ ଅଧିବାସୀ  ॥


Rate this content
Log in