Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Inspirational Fantasy

4.8  

Bauribandhu Lenka

Inspirational Fantasy

କାଳିଆ ତୁ କେତେ ସୁନ୍ଦର

କାଳିଆ ତୁ କେତେ ସୁନ୍ଦର

1 min
7.2K


(0)

କାହିଁ କେତେ ଦୂରୁ ଆସନ୍ତି ଭକତେ

ତୋର ଦରଶନ ପାଇଁ I

ତୋ ରୂପରେ କଣ ଅଛିରେ କାଳିଆ

ମୁଁ ତ ବୁଝି ପାରୁନାହିଁ II

(1)

କାଳିଆ ମୁହଁକୁ ନାଲିଆ ଓଠ ତୋ

ଚାଲୁଣି ପରିକା ଆଖି I

ଗୋଡ ନାହିଁ ପୁଣି ଖଣ୍ଡିଆ ହାତକୁ

ଦେଖନ୍ତି ଭକତେ ଲାଖି I

କି ଯାଦୁ ମନ୍ତର ଜାଣିଛୁ କାଳିଆ

କହିଦେ ରେ ଖୋଲି ତୁହି I

କାହିଁ କେତେ ଦୂରୁ ଆସନ୍ତି ଭକତେ

ତୋର ଦରଶନ ପାଇଁ II

(2)

ନିତି ସକାଳୁ ତୁ ଗାଧୋଇ ପାଧୋଇ

ପିନ୍ଧୁଛୁ ନୂଆ ବସନ I

ନାକେ ନାକୁଆସୀ ମଥାରେ ତୁଳସୀ

ମାଖୁଛୁ ବାସ ଚନ୍ଦନ I

ମହା ଅୟସର ରହିଛୁରେ ତୁହି

ତୋ ପରି ଠାକୁର ନାହିଁ I

କାହିଁ କେତେ ଦୂରୁ ଆସନ୍ତି ଭକତେ

ତୋର ଦରଶନ ପାଇଁ II

(3)

ଷାଠିଏ ପଉଟି ନିଇତି ଭୁଞ୍ଜୁଛୁ

ଖାଉଛୁ ବିଡିଆ ପାନ I

ଗୀତଗୋବିନ୍ଦ ତୁ ଶୁଣୁଛୁ ରାତିରେ

ରତ୍ନ ପଲଙ୍କେ ଶୟନ I

ତୋ ସେବାରେ ରତ କେତେ ସେବାୟତ

ରହିଛୁ ଆନନ୍ଦେ ତୁହି I

କାହିଁ କେତେ ଦୂରୁ ଆସନ୍ତି ଭକତେ

ତୋର ଦରଶନ ପାଇଁ II

(4)

ତୋ ରୂପ କାଳିଆ ମୋ ରୂପ କାଳିଆ

ନାହିଁ ତ କିଛି ଅନ୍ତର I

ତୁ କିପରି ଏତେ ସୁନ୍ଦର ହୋଇଲୁ 

ମୁଁ କିପରି ଅସୁନ୍ଦର I

ତୋ ଯାଦୁ ମନ୍ତର ଦେଇଦେ ରେ ମତେ

ମୋ ଦୁଃଖ ଯିବ ଉଭେଇ I

କାହିଁ କେତେ ଦୂରୁ ଆସନ୍ତି ଭକତେ

ତୋର ଦରଶନ ପାଇଁ II

******


Rate this content
Log in