ଅଭିମାନ
ଅଭିମାନ
1 min
6.8K
ରାତିଟାର ଆଜି
କଣ ହୋଇଛି କେଜାଣି
ଗୁମ୍ ସୁମ୍ ହୋଇ ବସିଛି
ଜହ୍ନ ନାହିଁ ବୋଲି ବୋଧେ ଅଭିମାନ କରିଛି,,,,
ତକିଆ ବି ଏଠି ଜିଦ୍ ଧରି ବସିଛି
ଆଉ ମୋ ଠୁ ତାଙ୍କ କଥା ଶୁଣିବନି ବୋଲି
ସଫା ସଫା ମନା କରି ଦେଇଛି,,,।
ଅଭିମାନି ରାତି,
ଅମାନିଆ ତକିଆ
ଉଫ୍ ମୁଁ କଣ କରିବି,
କାହାକୁ କେତେ ବୁଝେଇବି
ଭାବିଭାବି ବେଳ ଯାଉଛି।