Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmaraj Mahamallik

Thriller Others

1.9  

Dharmaraj Mahamallik

Thriller Others

ପ୍ରତିବିମ୍ବ (ସାଥି ଏକ ସତ୍ୟର)

ପ୍ରତିବିମ୍ବ (ସାଥି ଏକ ସତ୍ୟର)

1 min
125


ଜ୍ବଳନ୍ତ ଜୀବନ ପ୍ରଦୀପେ ତୁ ହିଁ ତୈଳ

ପାପ ରୂପୀ ଝଡ ଆସୁଛି ମାଡ଼ି

ନ କରି ବେଳ   ।

ପ୍ରତୀକ୍ଷାର ଅନ୍ତ ଘଟାଇ

ଚାହିଁଛି ମୁଁ ଚାତକ ପରି

ଲିଭିବାକୁ ଦେବିନି ମୁଁ ତା'କୁ

ଢାଙ୍କି ଦେବି ତା'ଉପରେ ସତ୍ୟରୂପୀ ଢାଲ 

ନିର୍ଜନ ଜୀବନର ସାଥୀଟିଏ ପରି

ଜାବୁଡ଼ି ଧରିଛୁ ମତେ ।

ପାପ ରୂପୀ ରଜନୀର ଅପେକ୍ଷାରତ

କେତେ ମହାନ ତୁ ସତେ ।

ରବିଙ୍କୁ ସତ୍ୟରେରେ ଆଙ୍କି

ରାତିକୁ ଦେଲୁ ପାପର ଆଖ୍ୟା ।

ଦିବାରେ ତନୁ ସହ ଲାଗି

ନିଶାର୍ଦ୍ଧରେ ଗଲୁ ଦୂରେଇ

ମଣିଷକୁ ଦେଲୁ ଏକ ଅମୂଲ୍ୟ ଶିକ୍ଷା ।

ଅମାବାସ୍ୟାର ରାତିରେ ହେଉ

ପଡେ ଯେଉଁଠି ସତ୍ୟର ଝଲକ  ।

ତତ କ୍ଷଣେ ଆସି ଯୋଡ଼ି ହେଉ

ଜଣାଇ ଦେଉ, ପାପ ପୁଣ୍ୟର ଫରକ ।

ଆକାର କେବଳ ଅଟେ ଏ ଶରୀର

ପ୍ରତିବିମ୍ବ ଜଣାଏ ଦେଖାଇ ଛବି ତାର  ।

ଶରୀର କେବଳ ନିମିଷ ମାତ୍ର

ଆତ୍ମା ସିନା ଧରି ଚାଲେ

ପାପ, ଆଉ ପୁଣ୍ୟର ଭାର  ।

ଥିଲେ ବି ଯେତେ ପଇସା, ଧନ

ଉପଭୋଗ କରିବୁ କେବଳ ବର୍ତ୍ତମାନ

ପ୍ରତିବିମ୍ବ, ଜଣାଏ ଶରୀର

କେବଳ ଆକୃତି ମାତ୍ର

ପୁଣ୍ୟ କରାଏ ଜୀବନ ଧନ୍ୟ ।

ଶରୀର ଅଟେ ମାଟିର ଦୀପ

ପୁଣ୍ୟ ଅଟେ ତହିଁ ତୈଳ  ।

ଆତ୍ମା ଆମର ବହ୍ନି ଶିଖା

ସରିଗଲେ ପୁଣ୍ୟ ରୂପୀ ତୈଳ 

ସରିଯାଏ ଜୀବନର ଖେଳ ।

ତନୁ ରହିଯାଏ ସେଇଠି ସେମିତି

ଏହା ହିଁ ତ କାଳର ଖେଳ ।


Rate this content
Log in

Similar oriya poem from Thriller