ଜୀବନ ଗୀତା-୧୨୭
ଜୀବନ ଗୀତା-୧୨୭
1 min
13.4K
ଜୀବନ ଗୀତା-୧୨୭
ଏ ଜୀବନ କେବେ ପ୍ରେମ ଅନୁରାଗ
କେବେ ପୁଣି ପାପବୋଧ
ଏ ଜୀବନ କେବେ ନମ୍ର ନିବେଦନ
କେବେ ଅଝଟ ଅବୋଧ ॥୦॥
ଚୂନାଚୂନା ସପନର ସମାହାର
ଏଇ ଜୀବନ
କୁନିକୁନି ଆଶାମାନଙ୍କ କବର
ଏଇ ଜୀବନ
ଏ ଜୀବନ କେବେ ପୁଣ୍ୟର ପ୍ରଦୀପ
କେବେ ପୁଣି ଅପରାଧ ॥୧॥
ଛୋଟଛୋଟ ବିଶ୍ୱାସର ବସାଘର
ଏଇ ଜୀବନ
ଗୋଟାଗୋଟା ବିପଦର ଗୋଟିଖେଳ
ଏଇ ଜୀବନ
ଏ ଜୀବନ କେବେ ତୂଣୀରର ଶର
କେବେ ପୁଣି ଶରବିଦ୍ଧ ॥୨॥