Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୮୦

ଜୀବନ ଗୀତା-୨୮୦

1 min
170


ଜୀବନାନୁରାଗର ପ୍ରୀତିବୋଧ

ଫୁଟିଉଠେ କବିତାରେ

ଆତ୍ମୀୟତାବୋଧର ପ୍ରତିଶବ୍ଦ

ବୋଳାଅଟେ ମମତାରେ ॥୦॥

ମିଠାମିଠା କଥା ହରନିଏ ବ୍ୟଥା

ମନେଭରେ ଅନେକ ସାହସ

ଛୋଟଛୋଟ ଆଶା ପୂରାହେଲେ ସଦା

ହୃଦେଭରେ ଅତୁଟ ବିଶ୍ୱାସ

ସୌନ୍ଦର୍ଯ୍ୟାନୁଭୂତିର ରୂପବୋଧ

ଭରିଥାଏ ପ୍ରକୃତିରେ ॥୧॥

ବାରମିଶା ରାଗ ହେଉକି ବେହାଗ

ହୁଏ ଯଦି ଅତୀବ ମଧୁର

ଅନାବନା ଶବ୍ଦ ହେଉ ଅବା ପଦ

ଭାବ ଯଦି ଫୁଟାଏ ପଦ୍ୟର

ଅତି ଶ୍ରୁତିମଧୁର ଭାବପୂର୍ଣ୍ଣ

ହୋଇଉଠେ ସଂଗୀତରେ ॥୨॥


Rate this content
Log in