Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.8  

Sadananda Sahoo

Others

ପ୍ରେମମୟ ହୃଦୟ

ପ୍ରେମମୟ ହୃଦୟ

2 mins
166



ଛାତିତଳ ହୃଦୟର ସ୍ପନ୍ଦନରେ

କଥା କୁହେ କିଏ ଧୀରେ ,

ସଙ୍ଗୀତର ସାତସୁର ଭାସିଉଠେ

ପ୍ରାଣମୟ ମୂର୍ଚ୍ଛନାରେ ! !


ପ୍ରେମମୟ ଯଦି ହୃଦୟ ସମଷ୍ଟି

କ୍ରୁରତା ଉଭେଇ ଯାଉ ,

ହୃଦୟ ବିଭବି ସାଜ ଅନୁଭବୀ

ଭାବନା ସରସ ହେଉ ! !


ହୃଦୟ କୋମଳ ମୁଲତା ଅମୂଲ

ସପନର ଗନ୍ତାଘର

ପ୍ରେମ ବସାଘର ନିଆରା ମନ୍ଦିର

ସ୍ପନ୍ଦନତା ଗୀତିସ୍ଵର ! !


ଭାବ ଉଦ୍ଦୀପନା କେତେ ସମ୍ଭାବନା

ସଂକଳ୍ପରେ ମନପ୍ରାଣ ,

ପ୍ରେମେ ପରିପୂର୍ଣ୍ଣ ହୃଦୟ ବିସ୍ତୀର୍ଣ୍ଣ

ଅଶୁଝା ରଖେନି ଋଣ ! !


ସରସ ସୁନ୍ଦର କାଠିନ୍ୟ ବିପକ୍ଷ

ହୃଦୟ ପରଶ ମଣି ,

ପ୍ରେମ ପାଇଁ ତ୍ୟାଗ ବଳିଷ୍ଠତା ଭାଗ

ହିସାବ ରଖେନି ଜାଣି ! !


ପ୍ରେମ ପ୍ରତାରଣା ହୃଦୟକୁ ଜଣା

ଶୁଭଙ୍କର ନୁହେଁ ସ୍ଵପ୍ନ ,

ବିରଳ ହୃଦୟ କରଇ ଗ୍ରହଣ

ଅଭିଶପ୍ତ ହୁଏ ଜନ୍ମ ! !


ଦୁଇ ହୃଦୟର ହେଲେ ଯତିପାତ

ପ୍ରେମ ସଂଗଠିତ ହୁଏ ,

ପ୍ରେମିକ ପ୍ରେମିକା ହୃଦୟ ପୁସ୍ତିକା

ମନପ୍ରାଣ ମୋହିନିଏ ! !


ପ୍ରେମେ ଅଭିଷିକ୍ତ ପୁଷ୍ପେ ବିମଣ୍ଡିତ

ପ୍ରେମୀକ ହୃଦୟ ରାଜା ,

ପ୍ରେମିକା ସ୍ମୃ୍ତିକୁ ଫେରି ପାଇବାକୁ

ସ୍ଵର୍ଗରେ ଉଡାଏ ଧ୍ଵଜା ! !


ପ୍ରେମେ ସୁସଜ୍ଜିତ ମର୍ତ୍ତ୍ଯପୁର ସତ୍ୟ

ପ୍ରେମର ସୁଉଚ୍ଚ ସ୍ଥାନ ,

ପ୍ରେମବାସ୍ନା ମନା ନିନ୍ଦୁକକୁ ପରା

ଥାଉ ପଛେ କୋଟି ଧନ ! !


ପ୍ରେମମୟ ହେଉ ମନମୋହି ନେଉ

ହୃଦୟ ସରାଗି ଚିତ୍ତ

ମଧୁପର୍ଣ୍ଣା ସ୍ଵର୍ଣ୍ଣା ପ୍ରୀତି ପ୍ରିୟାଙ୍ଗନା

ବଦଳି ନଯାଉ ମତ ! !

- - - - - - - - - - - - - - - - - - - - -

ସଦାନନ୍ଦ ସାହୁ ,( କାରାକର୍ମଚାରୀ )

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ! !

- - - - - - - - - - - - - - - - - - - - - - - - - - -


Rate this content
Log in