ବାପା
ବାପା
ବାପା
ସଂଜୟ କୁମାର ସାହୁ
ପାଇ ମା'ର ସ୍ନେହ, ବାପାଙ୍କର ଗାଳି ।
ଛୁଆଟିରୁ ଏବେ ମୁଁ ତିରିଶ ହେଇଗଲି ॥
ଛୁଆବେଳେ,
ଦେଇ ଗାଳି କରୁଥିଲେ ଆକଟ ।
ଏବେ ବୁଝୁଛି,
ଅବାଟରୁ ଦେଖଉଥିଲେ ସେ ବାଟ ॥
ବାପାଙ୍କର ସ୍ନେହ ବାରିପଡ଼େ,
ଯେବେ ମା' ଦେଖାନ୍ତି ନାଲିଆଖି ।
ମନକୁ ବୁଝାଇବା ପାଇଁ,
ବାପା ଦିଅନ୍ତି ଆମ ମନଲାଖି ॥
ସକାଳୁ ସଞ୍ଜ
ଆଖିରେ ନଥାଏ ତାଙ୍କ ନିଦ ।
ଛୁଆର ଭବିଷ୍ୟତ କରିବା ପାଇଁ ଆଲୋକିତ ॥
ଛୁଆବେଳେ ପେଟରୁ କାଟି ପିନ୍ଧାଇଲେ କନା,
ବୃଦ୍ଧକାଳେ ପିନ୍ଧିଲେ ପୁଅର ପୁରୁଣା ।
ସେ ଆଉ କେହି ନୁହନ୍ତି,
ସେ ଆମ ପ୍ରିୟ ନନା ॥
ବାପା ଡାଡି ନନା ଡାକଟି ଭିନ୍ନ,
ନୀତିଟା ତାଙ୍କର ଅନୁଶାସନ ।
ଆମେ ପା ତାଙ୍କରି ଜୀବନ,
କରିବାନି ତାଙ୍କୁ କେବେ ଅସମ୍ମାନ ॥
କହୁଥିଲେ ସରିବନି,
ନକହିଲେ ମନ ବୁଝୁନି ।
ହରାଇଥିବା ଛୁଆକୁ ପଚାର,
ସେ କେତେ ରାତି କାନ୍ଦିନି ॥
*****