Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Others

3  

Pranati Mahapatra

Others

ମୋ ଓଡ଼ିଶା

ମୋ ଓଡ଼ିଶା

1 min
7.1K


ଧନ୍ୟ ଏହି ମୋ ପ୍ରିୟ ଓଡିଶା

ରାଇଜ ମୁକୁଟ ମଣି,

ମାଟି ଛୁଇଁଲେ ସୁନା ଫଳଇ

ରହିଛି ଅମୂଲ୍ୟ ମଣି।

ଥିଲା କେତେ ତ ପ୍ରଶଂସା ଗାଥା

ଉଦାହରଣ ବି ଅଛି,

ମାତୃଭୂମି ମାତୃ ଜାତି ପାଇଁ ବୀର

କେତେ ସହୀଦ ହୋଇଛି।

ପାଇକ ବୀର ସାହସୀ ପୁଣି

ଯୋଦ୍ଧା ପୁଅ ଓଡ଼ିଶାର,

ଜଗତ ନାଥ ଶ୍ରୀଜଗନ୍ନାଥ

ଆରାଧ୍ୟ ସବୁ ପ୍ରାଣର।

ସେକାଳ କୀରତି ହୋଇଛି ଅତୀତ

ଭାବି ମନ ଭାରାକ୍ରାନ୍ତ,

ଆରାଧ୍ୟ ଠାକୁର ରହେ ଉପବାସ

ପ୍ରହସନ ଦିନ ଆଜିର।

ବିନା ପହୁଡ଼ରେ କାଷ୍ଠା ଉପବାସେ

ରହିଲା ଜଗତ ନାଥ,

ଅକ୍ଷୟ ତୃତୀୟା ଶୁଭ ଅନୁକୂଳ

କି ହୋଇବ ତା'ର ରଥ।

ଓଡ଼ିଆ ପୁଅ ତ ଓଡିଆକୁ ଛାଡି

ବିଦେଶେ ଚାକିରି କରେ,

ପରର ଅଧୀନେ କେତେ ଟଙ୍କା ଆଣି

ବାବୁ ବୋଲାଏ ଗର୍ବରେ।

ଏଣେ କ୍ଷେତ ବାଡି ପଡିଆ ପଡୁଛି

ସେ ପାଇଁ ନଜର ନାହିଁ,

ଅକ୍ଷିମୁଠି ଧାନ ବୁଣିବାକୁ ଏଠି

ଆଉ ସମୟ କାହିଁ ହୋ ଭାଇ;

ଟୋକେଇ,ପାଛିଆ କୋଡି ଆଉ ଖତ

ଅକ୍ଷିମୁଠି,କ୍ଷେତ କାନ୍ଦନ୍ତି,

କାମ ଧେନୁ ମୋର ଓଡ଼ିଶାରେ ଆଜି

ଦୁଃଖେ ଜଗନ୍ନାଥ ରହନ୍ତି।

ପୁରାଣ ପୃଷ୍ଠାରେ ରହିଲାଣି ସବୁ

ବାର ଓଷା ତେର ପରବ,

ଐତିହ୍ୟ, ସଂସ୍କୃତି ଲୋପ ପାଇଯାଏ

ଆଉ ଭାବିଲେ କି ହେବ ।

ପ୍ରଣତି ମହାପାତ୍ର


Rate this content
Log in