Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Others

2  

Prasanna Kumar Madala

Others

ଶିଳାର ସ୍ମୃତି

ଶିଳାର ସ୍ମୃତି

1 min
7.1K




ନହୁଅ ଭାଜକ ହେ ପରିବ୍ରାଜକ

ଭାବନା ମୋ ହୁଏ ଭଗ୍ନ

ମଥା ସିନା ପୋତେ ଛୁଅଁନାହିଁ ମୋତେ

ତନ୍ମୟେ କେବେଠୁ ମଗ୍ନ ।


ଭାବନାହିଁ ଶିଳା ମୁଁ ତାଙ୍କ ସୁଶୀଳା

ପ୍ରାଚୀନ ପ୍ରସ୍ତର ମୂର୍ତ୍ତି

ବିଧିର ବିଧାନ ହୋଇଛି ବିନ୍ଧାଣ

ନିପୁଣ ଭାସ୍କର୍ଯ୍ୟେ ପୂର୍ତ୍ତି ।


ଭାବକୁ ପରଷି ମୋ ଦେହ ତରସି

କଳ୍ପନାବିଳାସୀ କେହି

ମୁଦ୍ରା ଭାବ ଭଙ୍ଗୀ ରଚି ହେଲେ ସଙ୍ଗୀ

ବିରହ ସଙ୍ଗତେ ସେହି ।


ଅକାଳ ତଡିତ ତନ୍ଦ୍ରାରେ ଜଡିତ

ପଲକେ ଏ ଅଙ୍ଗ ମୋହ

ପାରିନି ଛଡାଇ ନିହଣ ବଢାଇ

ନିଗାଡୁ ଥିଲା ଯେ କୋହ ।


ପ୍ରସ୍ତରେ ପୀରତି ଅମ୍ଳାନ କୀରତି

ମୋ କୁଚ କୁହରେ ଦେଖି

ପାରିବ କି ଆଉ ଭାବ ଊଣା ଥାଉ

ଆଖିର ଲୁହରେ ଲେଖି !


ପ୍ରସନ୍ନ କୁମାର ମାଦଳା


Rate this content
Log in