Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Abstract Inspirational

1.6  

Shanti Mishra

Abstract Inspirational

ତୁମ ଆଗମନେ ବର୍ଷା ଋତୁ

ତୁମ ଆଗମନେ ବର୍ଷା ଋତୁ

2 mins
13.6K


 

ତୁମ ଆଗମନେ ବରଷା ଋତୁ

ଶ୍ରୀମତୀ ଶାନ୍ତିଲତା ମିଶ୍ର

ଆସିଗଲ ସିନା ତୁମେ ଋତୁରାଜଙ୍କ ନିର୍ଦ୍ଦେଶେ

ଧରାଧାମ ବୁଲିବାକୁ

କାହାକୁ ହସାଇବ, କାହାକୁ କନ୍ଦାଇବ

(ଅନୁରୋଧ) ହିସାବ ରଖିବାକୁ

ଝିପି ଝିପି ଏଇ ବର୍ଷଣ ସନ୍ଧ୍ୟାରେ

ଅବିରାମ ତୁମ ମୃଦୁ ଗତି

ଭାବନା ରାଇଜେ ମନ ଉଡିଯାଇ, ଭାବେ

ବଢି ଯାଆନ୍ତା କି ରାତି !

ଶୁଣୁଥାନ୍ତି ଏଇ ରିମ୍ ଝିମ୍ ଗୀତ, ସେଇ ମନ

ସେଇ ଉତ୍କଣ୍ଠା ନେଇ

ଯାହା ହଜାଇ ଦେଇଛି ସମୟ ସ୍ରୋତରେ

ଫେରି ପାଇବାର ଆଶା ନାହିଁ

ଶୀତୁଆ ପବନ, ଶିହରାଇ ମନ, ଦୋହଲାଇ ଯାଏ

କେତେ ଯୁଗର ଭାବନା

ଅଡୁଆ ତଡୁଆ ସ୍ମୃତି ଭିତରେ, ମନ ଛନ୍ଦି ହୁଏ

ହୋଇଯାଇ ଆନମନା

ମନେ ଅଛି କା ଉଷୁମ କୋଳରେ ଶୋଇ

ଶୁଣୁଥିଲି ନାନାବାୟା ଗୀତ

ପେଡି ଫିଟିଥାଏ ଆଈ ଅଜାଙ୍କର, ରାଜାପୁଅ

ଆଉ ବୁଢୀ ଅସୁରୁଣୀ ଗପ

ବର୍ଷା ପାଣି ସ୍ରୋତେ ଅମାନିଆ କାଗଜ ଡଙ୍ଗାଟା

ଭାସେ ଏଣେ ତେଣେ ଯାଇ

ପୋଖରୀ ଭିତରେ ପଶି ତୋଳା ହୁଏ କେତେ

ନାଲି, ହଳଦିଆ, ନୀଳ କଇଁ

ସେଇ ମନ ଅଛି, ,ସେ ଜୀବନ ଅଛି, କିନ୍ତୁ

ସେଇ ଉନ୍ମାଦନା ଆଉ ନାହିଁ

ଯାହା ପାଇଁ ମନ ଏବେ ବି ଝୁରୁଛି ଲୁଚି ଲୁଚି,

ସେଇ ପିଲାଦିନ ପାଇଁ

ସାଙ୍ଗସାଥୀଙ୍କର ପାଣି ଫିଙ୍ଗା ଫିଙ୍ଗି ଖେଳ

ମନେ ପଡିଗଲେ ଲାଗେ ହସ

ସେଇଥିରେ ଥିଲା କେତେ ସ୍ନେହ ଶ୍ରଦ୍ଧା, କେବେ

ଅଭିମାନ ରାଗରୋଷ

ତୁମ ଆଗମନେ ତ୍ୱରାନ୍ୱିତ ହୁଏ, କାଳଜୟୀ

ସେଇ, ପ୍ରେମୀ ପ୍ରେମିକାଙ୍କ ପ୍ରେମ

ଟାଣି ହୋଇଯାନ୍ତି ଚୁମ୍ବକ ପରାୟେ, ଛାଡି

ଦେଇ ଘରଦ୍ୱାର ସବୁ କାମ

ଅପଲକେ ରହି ଚାତକିନୀ ଧରା, ତୁମ

ଆଗମନେ ସ୍ୱାଗତ ଗୀତିକା ଗାଏ

ଯାହା ଘର ଭାସେ ବର୍ଷାର ପ୍ରବଳ ସ୍ରୋତରେ

ସେ ପ୍ରଶ୍ନବାଚୀରେ ଚାହେଁ

ଯିଏ କଷ୍ଟ ପାଏ, ସିଏ ନିନ୍ଦୁଥାଏ, ଲୁହଭରା

ଆଖିରେ, ତୁମକୁ ଅହର୍ନିଶୀ

ଅଭିସଂପାତରେ ଭରି ଦେଉଥାଏ, ସାତପୁରୁଷ

ଉଝାଳି, କହି ସର୍ବନାଶୀ

ତୁମର ଆସିବା ଅଛି ଆବଶ୍ୟକ, ଧରା ପୃଷ୍ଠକୁ

ହସୁ ଅବା କିଏ କାନ୍ଦୁ

ସୃଷ୍ଟିକର୍ତ୍ତାଙ୍କର ସର୍ଜନା କେବେ ନୁହେଁ ନିରର୍ଥକ

କିଏ ଶତୃ ଭାବୁ ଅବା ବନ୍ଧୁ

କାହା ପାଇଁ ତୁମେ ନିନ୍ଦନୀୟ ସତ

କାହା ପାଇଁ ସ୍ମରଣୀୟ

ତଥାପି ଆସିଛ, ଆସୁଛ, ଆସିବ ଧରାକୁ

ବିଧାତାଙ୍କର ନିର୍ଣ୍ଣୟ

-0-

shantimishra@hotmail.com

 

 


Rate this content
Log in

Similar oriya poem from Abstract