Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Er Sachidananda Barik

Others

3  

Er Sachidananda Barik

Others

ଭଗବାନ୍

ଭଗବାନ୍

1 min
12.3K


ଖାଣ୍ଟି ସତରେ କଣ ଦୁନିଆରେ ବଞ୍ଚି ହୁଏ ନା ବିନା ଖାଦରେ ଅଳଙ୍କାର ଗଢି  ହୁଏ....

 ଇଏ ପା ଜୀବନ ଯେତେ ପୂଣ୍ୟ କଲେ ବି  ପାପ ଟିକେ ଲେସି ହୋଇ ଯାଏ

ବୋଧେ ସେଥିପାଇଁ ସକାଳୁ ସକାଳୁ  ମନ୍ଦିରରେ ଭିଡ ଜମେ

ଭିଡ ଭିତରେ ବିନା ଦକ୍ଷିଣାରେ ନନାଙ୍କ ମୁହଁଟା କେମିତି କେମିତି ଦିଶେ ॥

ସତେ ଯେମିତି ଭଗବାନ କହୁଛନ୍ତି

ବତ୍ସ ବିନା ଦାନରେ ଆଜିକା ଦିନରେ

କଣ' କିଛି କାମ ହୁଏ

ଯଦି ପାଇବାକୁ ଇଚ୍ଛା ମୋତେ

ପୂଜକଙ୍କୁ ଖୁସି କର

ମୁଁ କଣ କଥା କହିପାରିବି

ସେ ହିଁ କହିବେ ତତେ ॥

ମନ୍ଦିର ଆଉ ପୂଜା ମଣ୍ଡପ ରେ

ହୁଣ୍ଡି ରେ ଚାଲିଛି ଦାନର ସୁଅ

ଆଜିର ଭଗବାନ ଲୋଭୀ ମଣିଷଙ୍କ ଭଳି

ଲକ୍ଷକୁ ଟପି ନିଇତି କୋଟିଏ କମାନ୍ତି

ତଥାପି ଯାଉନି ଭକ୍ତଙ୍କ ଦୁଃଖ

କହିକି ପାରିବ ପ୍ରଭୁ

ଏତେ ରୋଜଗାର ପରେ ତମେ କାହିଁକି ମୁକୁଳା

ବାହାରେ କାହିଁକି ଭିକାରୀଙ୍କ ଭିଡ ॥

କିଛି ତ କର

ତମେ ପା ଅନ୍ତର୍ଯ୍ୟାମି

ଭକ୍ତଙ୍କ ଦୁଃଖ ଫେଡ

ତମେ ତ ସବୁ ଦେଖୁଛ

କହି କି ପାରିବ ତମ ପୃଥିବୀ ରେ

କାହିଁକି ଏ ଭେଦ ଭାବ ॥


Rate this content
Log in