Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jumarnath Patra

Others

2  

Jumarnath Patra

Others

ଇସୁକୁଲୁ

ଇସୁକୁଲୁ

1 min
367



'ଆହେ ନିଳ ଶଇଳ

ପବଳ ମତ ବାରଣ

ପବଳ ମତ ବାରଣ...'

ହେଇ ଲୋ

ପାଥନା ଆରମ୍ଭ ହେଲାଣି

ଇସୁକୁଲୁ ବସିଲାଣି

ଆଜି ତୁ ତ ଆଣ୍ଠେଇବୁ

ଆଉ ତୋ ଲାଗି ମୁଁ ବି

ହୁଣ୍ଡି ଆଆଲୋ

ହେଇ କ'ଣ ହେଲା

ପଛରେ ରହିଲୁ ଯେ

ଇରେ ...ଝୁଣ୍ଟିଲୁ ..ଆହା

ଗୋଡ ଖଣ୍ଡିଆ

ରକତ ବୋହୁଛି

ମା'କୁ କହୁନୁ

ଆଣିଦବ ବାଟା ଚପଲ

ଚାଆଲେ ଝଅଟ

ଇସୁକୁଲୁ ରେ ନାଲି ଉଷୁଦ ମାରିଦବୁ

ଉଠୁ ...ମୋ ହାତ ଧରି ଉଠୁ

ଆଲୋ ତୋ ଚୁଟି ଖୋଲିଯାଇଛି

କଳା ରବର ଟା କାହିଁ ଯେ

ରିବନ ତ ବାନ୍ଧିବୁନି

ରହ ...ଏଇ ଗୁଡି ସୁତାରେ

ତୋ କଦଳୀ ବେଣୀକୁ ବାନ୍ଧିଦିଏ

ଆ' ମୋତେ ଧରି ଆ'

ପୁଣି କ'ଣ ହେଲା

ଅଟକିଲୁ ଯେ ...

ସେ କେବିନିକୁ ଅନେଇଲୁ ଯେ

ଆଲୋ ଆଜି ତ ଥାଉ

ସଦାବେଳେ ତ ଖାଇଛୁ

ଖଡି ଚୁଚୁମା

ଆସେ ..

ଓହୋ ..ହଉ ହେଲା ଚାଆଲେ

ଗୋଟେ ନେଏ ...ଝଅଟି ଆସେ

ଇସୁକୁଲୁ ବସିଲାଣି

ଆଜି ମାଡ ଖାଇବା ଯେ

ନହେଲେ ଏକ ଗୋଡିଆ

ନହେଲେ ଆଣ୍ଠେଇବା

ସବୁ ତୋଅରି ନାଗି

ଆଖିରୁ ନୁହ ପୋଛ

ଆ' ଝଅଟି ଆ'...



Rate this content
Log in