ସ୍ବପ୍ନର ଖିଆଲ
ସ୍ବପ୍ନର ଖିଆଲ
ନିଛାଟିଆ ଖରାବେଳେ...
ଆମେ ଦୁହେଁ
ଏକ ଅଜଣା ସହରର ଆଗନ୍ତୁକ
ରାସ୍ତା ଧାରେ କୃଷ୍ଣଚୁଡା ଫୁଲ
ନିଦାଘରେ ମନ ମସଗୁଲ
ଦକ୍ଷିଣାବାଆ ବି କରେ ମତୁଆଲା
ରାସ୍ତାକଡେ ଆଇସକ୍ରିମ୍ ଲସି ,ତରଭୁଜ,ଥଣ୍ଡାମାନଙ୍କର ଭେଟ
ପ୍ରେମୀଯୁଗଳଙ୍କ ଫୁସୁରୁଫାସୁରୁ
ଏକ ଭିନ୍ନ ଋତୁର ବାସ୍ନା
ହୃଦୟରେ ଅବିସ୍ମୃତ ସେ ମୁହୂର୍ତ୍ତରେ
ତୁମେ ଫେରିଯାଅ ବିଗତ ଅତୀତକୁ
ହଜିଯାଅ ସେଇ ସୋରିଷ ଫୁଲ କିଆରୀରେ
ପୀତ ରଂଗ ଫୁଲ ଦେଖି
ମନେ ପଡ଼େ ଆଦ୍ୟ ବସନ୍ତର କଥା
ଏବର ସେହି ଖୁସିକୁ ସାଉଁଟିବାକୁ ମୁଁ ପ୍ରୟାସେ
ହଳଦୀରଙ୍ଗର ପାଟ ବସନ ତମକୁ ବେଶ ମାନୁଥାଏ
ତୁମ ଅନୁପମ ରୂପରେ ମୁଁ ହୁଏ ବିଭୋର
ଧୀରେ ଧୀରେ ମଧ୍ୟାହ୍ନ ଅପସରି ଯାଏ
ପାଖ ନଦୀପଠା ହାତଠାରି ଡାକେ
ମୁଁ ହଜିଯାଏ ତୁମ ସାଥେ
ଚିତ୍ରରେଖା ନଦୀକୂଳେ
ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ....
କେତେ ମିଠା ଅନୁଭବ
ମୃଦୁ ସମୀରଣ ତାଳେ ତାଳେ ତୁମ ମିଠା ସ୍ପର୍ଶ
ଏମିତି ଅନେକ ଆଶାର ଅସରନ୍ତି ସ୍ବପ୍ନରେ ମସଗୁଲ ହେଲାପରେ
ହଠାତ ତୁମେ ଡାକ ଛାଡ଼
"ତୁମେ ପରା ଅଫିସ ଯିବ"
ସବୁ ସ୍ବପ୍ନ ଧୋଇଯାଏ
ଓଃ !!! କି ସୁନ୍ଦର ଥିଲା
ଆସନ୍ତ କି ସବୁଦିନ ତୁମେ
ଦିଅନ୍ତ ମିଠା ଅନୁଭବ,ପ୍ରିତିଭରା ସ୍ପର୍ଶ ଆଉ ମହକ ।।।
ଦେବବ୍ରତ ଜେନା
ଶିକ୍ଷକ, ରଣସିଂହପୁର ଆଶ୍ରମ
ଭୋଗରାଇ, ବାଲେଶ୍ଵର
9583138533