Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

3  

Santosh Pattnayak

Others

ନିବେଦନ

ନିବେଦନ

1 min
6.6K


କେତେ କଷ୍ଟ ଆଉ ସହିବି କାଳିଆ

ଜୀବନ ଯାଉଛି ସରି

ଅସହ୍ୟ ହେଲାଣି ଜୀବନ ମୋହରି

ସିଞ୍ଚ ଥରେ କୃପାବାରି…..

ଜୀବନ ଯୁଦ୍ଧରେ ହାରି ମୁଁ’ ଯାଇନି

ଜିତିବାଟା କଷ୍ଟ ଭାରି,

ଚତୁର୍ଦ୍ଦିଗେ ଶତ୍ରୁ ଘେରି ରହିଛନ୍ତି

ଉଦ୍ଧାର ତୁ ଚକ୍ରଧାରୀ…..

କଷ୍ଟ ହେଲେ ହେଉ, ସୁଦୟା ତୋହରି

ରହିଥାଉ ଭାବଗ୍ରାହୀ,

ମନ ବୃନ୍ଦାବନେ ନାମକୁ ତୋହରି

ନିତି ଭଜୁଥିବି ମୁହିଁ….

ନିବେଦନ ଗୋଟେ ରଖିଲେ ସାଆଁନ୍ତ

ଦେଖନ୍ତି ଚକାନୟନ

ଭାବୁଛି ଆଶା ମୋ’ପୁରଣ କରିବୁ

ଯିବା ଆଗୁ ଏ ଜୀବନ…..

—————————


Rate this content
Log in