ଧିମା ପକ୍ରିୟା
ଧିମା ପକ୍ରିୟା
ଆମ ଭାରତର ପ୍ରୋସିଡର୍ ଏତେ
କାହିଁକି ଏଭଳି ଧିମା
ଟୁ-ଜି ନା ଫୋର୍-ଜି କୋଉଟା ପଡିଛି
ଜାଣି ମୁଁ ପାରୁନି ଜମା ।।
ଦୋଷୀଟିଏ ଏଠି ଦଣ୍ଡ ପାଇବାକୁ
ଲାଗିଯାଏ ବର୍ଷ ବର୍ଷ
କଣ୍ଟାକ୍ଟର ଏଠି କାମରେ ଲଗାନ୍ତି
ନ' ଦିନକୁ ଦେଢ ମାସ !!
ଠିକ୍ ସମୟରେ ରେଳ ପହଞ୍ଚିଲେ
ହୁଏ ଇତିହାସ ସୃଷ୍ଟି
ଭାବି ପାରୁଥିବେ ଆମ ରେଳ କେତେ
ଫାଷ୍ଟ୍ ଆଉ ପଞ୍ଚୁଆଲଟି !!
ଯଦିଓ ଭାରତ ବିକାଶ ପଥରେ
ତଥାପି ମନ୍ଥର ଗତି
ବିକଶିତ ସିଏ ହୋଇଲା ପୂର୍ବରୁ
ଦିନ ଯାଇଥିବ ବିତି !!