Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

3  

ବି. ନିରୁପମା

Others

ହୁଅ ହେ ତୋଷ

ହୁଅ ହେ ତୋଷ

1 min
4.3K



ସଦାଶିବ ଆଶୁତୋଷ ହୁଅ ପ୍ରସନ୍ନ ,
କୃପାବହି ମୋତେ ଦେବ ଦିଅ ଦର୍ଶନ ।

ଭୂତନାଥ ,ଉମାକାନ୍ତ, ଶ୍ରୀ ମହେଶ୍ବର ,
ଚରଣରେ ପ୍ରଭୋ ତୁମ କୋଟି ଜୁହାର ।

ହେ ଚନ୍ଦ୍ରଶେଖର,ନୀଳକଣ୍ଠ ,ମହେଶ,
ଏ ଅବୋଧ ଭକ୍ତପରେ ହୁଅ ହେ ତୋଷ ।

କୃପାବହି ଦିଅ ଦେବ ହେ ଦିବ୍ୟଜ୍ଞାନ ,
ସେ ଜ୍ଞାନ ଲଭିଲେ ମୁହିଁ ହୋଇବି ଧନ୍ୟ ।

ଅଳପେ ସନ୍ତୋଷ ହୁଅ ଅଛି ପ୍ରବାଦ,
ଦୂରକର ଏଣୁ ମୋର ସବୁ ପ୍ରମାଦ ।

ତୁମେ ଦୟାକଲେ-ହେବ ଦୂରିତ ନାଶ,
ସଂସାରରେ ଅମଳିନ ରହିବ ଯଶ ।


ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in