Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ପୂଣ୍ୟଭୂମି ଉତ୍କଳ ପ୍ରଦେଶ

ପୂଣ୍ୟଭୂମି ଉତ୍କଳ ପ୍ରଦେଶ

1 min
6.4K


ପୂଣ୍ୟଭୂମି ଉତ୍କଳ ପ୍ରଦେଶ


ମନ୍ଦିର ଆଉ ଦେବାଳୟେ ଗଢା

ଉତ୍କଳ ଏକ ପ୍ରଦେଶ

କେତେ ଆଶ୍ରମ ତପୋବନ ସମ

ନିରୁପମ ପରିବେଶ  ।

ତେତିଶ କୋଟି ଦେବାଦେବୀ ଏଠି

ବିରାଜିତ ସଶରୀରେ

ସେହି ଛାୟାତଳେ ଆମେ ରହୁଅଛୁ

ଅନାବିଳ ଶାନ୍ତିରେ  ।

ଧ୍ୟାନ ଗମ୍ଭୀର ସୁଦୃଶ ପାହାଡ

ପାଖେ ସମତଳ ଭୂମି

ବୃହଦାରଣ୍ୟ ଏକ ଅନନ୍ୟ

ସ୍ଥିତ ଅମ୍ବର ଚୁମ୍ବି  ।

ସୁନାର ଫସଲ ଫଳିଥାଏ ଏଠି

ସୁନା ମୃତ୍ତିକା ପରେ

ମିଠା ଜଳଭରା, ବହେ ନଦୀ ଧାରା

ସବୁ ଦିନେ ସବୁ ବେଳେ  ।

ନୀଳାକାଶ ତଳେ ଗର୍ଜନ କରେ

ସାଗରର ଜଳରାଶି

ଜୋଛନା ରାତିରେ ବେଳାଭୂମି ପରେ

ଚନ୍ଦ୍ରମା ପଡେ ଖସି  ।

ଖଣିଜ ରତନ ଅନନ୍ତ ଧନ

ବକ୍ଷେ ରଖିଲେ ଧରି

ସ୍ନେହମୟୀ ମାତା ଅପାର ମମତା

ଉତ୍କଳ ଈଶ୍ଵରୀ  ।

ବିଦ୍ୟା~ବୁଦ୍ଧି କଳା କୌଶଳ

ଆଧ୍ୟାତ୍ମିକ ଜ୍ଞାନ

ଶରଧା-ଭକତି ଦାନ-ଧ୍ୟାନ ପ୍ରୀତି

ବିନୟ ପ୍ରଦର୍ଶନ  ।

କାବ୍ୟ-କବିତା, ନୃତ୍ୟ-ଗୀତାଦି

ସବୁଥିରେ ପରିପୂର୍ଣ୍ଣ

ପ୍ରଭୁ ଜଗନ୍ନାଥ ଷୋହଳ ଅଣା ଆଣି

ହେଲେ ଏଠି ଅବତୀର୍ଣ୍ଣ  ।

ଶତ ମୁନି ଋଷି ସାଧୁ ଅବତାର

କରିଲେ ପଦାର୍ପଣ

ସର୍ବଶ୍ରେଷ୍ଠ ପୂଣ୍ୟ ଭୂମିକୁ

ଲଭିଲେଣି ଜନଗନ  ।


Rate this content
Log in