Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Abstract

5.0  

Bauribandhu Lenka

Inspirational Abstract

ଜୀବନ ପଥ

ଜୀବନ ପଥ

1 min
7K


ଅଙ୍କା ବଙ୍କା ଏହି ଜୀବନର ପଥେ

ରହିଛି ଅନେକ ଶଙ୍କା

କେତେବେଳେ ଏହା ବ୍ୟସ୍ତ ବହୁଳ

କେତେବେଳେ ପୁଣି ଏକା II

ଶୈଶବରେ ପିତା ମାତାଙ୍କ ବାତ୍ସଲ୍ୟ

କିଶୋରେ କେତେ ଆକଟ

ଯୌବନରେ ମନ ହୁଅଇ ଚଞ୍ଚଳ

ରହିଛି କେତେ ସଙ୍କଟ II

ଯୌବନରୁ ଜରା ପହଞ୍ଚିବା ପାଇଁ

ସବୁଠୁ ଅଧିକ ବାଟ

ଯଶ ଗୌରବ ଅରଜିବା ପାଇଁ

ଏହି ସମୟ ଉତ୍କୃଷ୍ଟ II

ଏ ସମୟ ବଡ ମୂଲ୍ୟବାନ ଯିଏ

ନକରଇ ଉପଯୋଗ

ପଛେ ଭାବିହେଲେ କିଛି ଲାଭ ନାହିଁ

କେବଳ ମନେ ବିରାଗ II

ଆଜି କାମ କାଲି କରିବା ପାଇଁକି

ଯଦି ଭାବୁଥିବ ମନେ

କାଲି କେହି କେବେ ଦେଖିନି ଜୀବନେ

ରଖିଥାଅ ଏହା ଧ୍ୟାନେ II

ଜାଣିହେବ ନାହିଁ ଆସି କେତେବେଳେ

ଛୁଇଁଦେଇ ଯିବ ଜରା

ଜରାବସ୍ଥା ଭାରି ଏକା ଏକା ଲାଗେ

ଖାଲି ଟାଇଁ ଟାଇଁ ଖରା II

ଧୀରେ ଧୀରେ ଆସି ଗ୍ରାସିବ ବାର୍ଦ୍ଧକ୍ୟ

ଅସହ୍ୟ ହେବ ଜୀବନ

ଅଜାଣତେ ଆସି ପାଶେ ପହଞ୍ଚିବ

ସେପୁର ଯିବା ସମନ II

ଏହିତ ଜୀବନ ପଥ ଆରେ ଭାଇ

ଦିଶେ କେତେ ଅଙ୍କା ବଙ୍କା

ଆସିଥିଲୁ ଦିନେ ଏକୁଟିଆ ତୁହି

ଗଲାବେଳେ ଯିବୁ ଏକା

*****


Rate this content
Log in

Similar oriya poem from Inspirational