କାର୍ତ୍ତିକିଆ ରାତି ଶିଶିରରେ ମାତି
କାର୍ତ୍ତିକିଆ ରାତି ଶିଶିରରେ ମାତି
କାର୍ତ୍ତିକିଆ ରାତି ଶିଶିରରେ ମାତି
ଆଭାକାନ୍ତ ମହାନ୍ତି
କାର୍ତ୍ତିକିଆ ରାତି ଶିଶିରରେ ମାତି
ଶୀତ ଆଇଲାରେ ଶୀତ ଆଇଲା
ଯଉବନୀ ଫୁଲେ ଦେଖି ମତୁଆଲେ
ଜିଦିରେ ମଧୁପ ମନ ମୋହିଲା । ୦ ।
ଅଶିଣ ଚାନ୍ଦିନୀ ଚମକଚିଆଁ
ଚହଟି ନଥିଲା ଫୁଲର ନାଆଁ
ଡାଳି କାଖେ ଥିଲା କଳି କନିଆଁ
ଏଇ ବେଳେ ମନ ସରଗଛୁଆଁ
ରାତିରେ ଗାଧୁଆ ରଙ୍ଗ ସକାଳୁଆ
ମତୁଆଳି ମନ ମିତେ ଚାହିଁଲା । ୧ ।
ଫୁଲେଇ ଫୁଲର ଚାତର ଦେଖି
ପିଆସୀ ପୁରୁଷ ପାରେ ପରଖି
ମହକ ମୋହକୁ ମନରେ ମାଖି
ପଇଁତରା ମାରେ ପବନେ ଫାଙ୍କି
ଚିବୁକ ଚୁମିବା ଆଶା ରଖି ଚିତ୍ତେ
ଉଡ଼ି ଗୁଣୁଗୁଣୁ ଗୀତ ଗାଇଲା । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****