Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ଶିବ ମହାଶକ୍ତି

ଶିବ ମହାଶକ୍ତି

1 min
6.7K


ସାଧନାର ବଳେ ଧୁଳି ମାଟିର ମଣିଷ

ଶିବପଦ ପ୍ରାପ୍ତ ହେଲ ଧାମ କଇଳାଶ ।

ଅଯୋନି ସମ୍ଭୁତ ଜେଣୁ ବୋଲାଅ ସ୍ୱୟମ୍ଭୁ

ଦେବଦେବ ମହାଦେବ ତୁମେ ପରା ଶମ୍ଭୁ।

ଉମାପତି ଜନ୍ତୁପତି କଇଳାଶ ପତି

ବିଷପାନ କରି ନୀଳକଣ୍ଠ ହେଲ ଯତି ।

ଦେବ ବା ଦାନବ ତୁମେ ସଭିଙ୍କ ଆରାଧ୍ୟ

ନୃମୁଣ୍ଡମାଳି କାଳୀଙ୍କୁ କରିଅଛ ସାଧ୍ୟ ।

ମଶାଣି ବାସ ତୁମ୍ଭର ଭଷ୍ମ ବିଲେପନ

ବାଘଛାଲ ପରିଧାନ ରୁଦ୍ରାକ୍ଷ ମଣ୍ଡନ ।

ବୃଷଭ ବାହନେ ଜଟା ଭୁଜଙ୍ଗ ମଣ୍ଡିତ

ପତିତପାବନୀ ଗଙ୍ଗା ଚନ୍ଦ୍ର ବିମଣ୍ଡିତ ।

ନଟବର ତ୍ରିଲୋଚନ କାର୍ତିକେୟ ପିତା

ସଂହାର କରତା ରୁଦ୍ର ତାଣ୍ଡବ କରତା ।

ସିଦ୍ଧିଦାତା ପୁତ୍ର ତବ ପତ୍ନୀଟି ଶକତି

ଅକରମା ଦାନୀ ବୋଲି ସଭିଏଁ ପୂଜନ୍ତି ।

ବ୍ରହ୍ମା ବିଷ୍ନୁ ମହେଶ୍ୱର ସୃଷ୍ଟି ସ୍ଥିତି ଲୟ

ତ୍ରିଦେବ ଭାବରେ ଖ୍ୟାତ ତୁମ ପରିଚୟ ।

ଚତୁର୍ଦଶୀ ତିଥି ତବ ଅତି ପ୍ରିୟ ଦିନ

ଶିବରାତ୍ରି ଅଟେ ତହିଁ ମଧ୍ୟରେ ମହାନ ।

ଉଜାଗର ରହି ଧ୍ୟାନ କଲେ ଶିବପ୍ରାପ୍ତି

ଶିବଗୁଣେ ଗୁଣୀ ହେଲେ ମିଳେ ମହାତୃପ୍ତି ।


Rate this content
Log in