Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ମୋ ସପନ

ମୋ ସପନ

1 min
278



ସପନଟା ମୋର ହେବକି ଲୋ ସତ

ତାହା ମୁଁ ଜାଣି ପାରୁନି ।

ମୋ ବେନି ନୟନେ ଦେଖି ସେହି ଦୁଃଖ

ଆଉ ତ ସହି ପାରୁନି ।

ଜେଜେ ଅମଳରେ ଥିଲା କେତେ ବୃକ୍ଷ

ଆଜି ତ ସେ ବୃକ୍ଷ ନାହିଁ ।

ବୃକ୍ଷ ଅଭାବରେ ଏ ମହୀଟା ମୋର

ଯାଉଛି ଶ୍ରୀହୀନ ହୋଇ ।

ତାପମାତ୍ରା କେତେ ବଢିତ ଗଲାଣି

ଶୀତରେ ଯେ ନାହିଁ ଶୀତ ।

ବୈଶାଖ ମାସରେ କି ହେବ ଅବସ୍ଥା

କି ହେବ ଆମର ସ୍ବାସ୍ଥ୍ୟ।

ଅଙ୍ଗାରକାମ୍ଳର ବୃଦ୍ଧି ଯେ ଘଟୁଛି

ନାହିଁ ତା'ର ଶେଷ ସୀମା ।

ଅମ୍ଳଜାନ ପୁଣି ନିଅଣ୍ଟ ହେଲାଣି

ଭୟ ନାହିଁ ତିଳେ ଜମା ।

ବଢିଯିବ ତାପ ବଢିବ ସମସ୍ୟା

ମୁଣ୍ଡ ହୁଏ ଗୋଳମାଳ ।

ଏହି ବିପଦରୁ ଉଦ୍ଧାର ପାଇଁ କି

ସ୍ବପ୍ନ ଦେଖଇ ପ୍ରବଳ ।

ଏ ସୁନ୍ଦର ସୃଷ୍ଟି ରହିବନି ଆଉ

ହେବ ନାହିଁ ମଧୁମୟ ।

ବେଳ ଥାଉ ଯଦି ଦେଖିବା ସପନ

ବଦଳିବ ଯେ ସମୟ ।

ତାପମାତ୍ରା ବୃଦ୍ଧି ହେବା ପାଇଁ ଆଜି

ବଦଳୁଛି ଏ ସଂସାର ।

ବୃକ୍ଷ ରୋପଣର ନୂଆ ସ୍ବପ୍ନ ଦେଖି

ସମସ୍ୟା କରିବା ଦୂର ।

***********

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ଫୋନ ନମ୍ବର -୯୧୭୮୨୨୫୭୬୪


Rate this content
Log in