Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Titi Sarangi

Others

2  

Titi Sarangi

Others

ହୋମାଗ୍ନି

ହୋମାଗ୍ନି

1 min
6.9K


ଜଳି ଜଳି ଜଳିଯାଏ ନାହିଁ

ନିରନ୍ତର ଜଳିବାର ସାମର୍ଥ୍ଯ ତା ଅଛି

ଜଳି ଜଳି ଜାଳି ଦିଏ ନାହିଁ

ଚିରକାଳ ଅନ୍ଧାରରେ ଆଲୋକ ଦେଇଛି।

ଜଳେନା ସେ ହୋମନିଆଁ

ମନ୍ଦିର ପ୍ରାଙ୍ଗଣେ ଅବା ପବିତ୍ର ସ୍ଥାନରେ

ସେ ହୋମାଗ୍ନି ଜଳୁଥାଏ

ନିରନ୍ତର ଏଇ ମୋର ଅନ୍ତର ଭିତରେ।

ନିବେଦିତ ମୁଦ୍ରା ତାର

ସନ୍ଧାନୀ ସେ କେଉଁ ଏକ ନିର୍ବାଣ କ୍ଷଣର

ନିର୍ବାପିତ ହେବ ନାହିଁ

ଯେ ଯାଏ ପାଇନି ସ୍ପର୍ଶ ଦିବ୍ଯ ଆଲୋକର।


Rate this content
Log in